କୋଭିଡ ହସ୍ପିଟାଲରେ ଡିସକୋ ଡ୍ୟାନ୍ସ ଘଟଣା : ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ପରେ ଦାମନ ଯୋଡି ନାଲକୋ ନେଲା କର୍ତ୍ତୃପକ୍ଷ; ଜଣେ ସିଆଇଏସଏଫ କର୍ମଚାରୀ ନିଲମ୍ୱିତ

278

କନକ ବ୍ୟୁରୋ : କୋଭିଡ ହସ୍ପିଟାଲରେ ଅନ୍ତେବାସୀଙ୍କ ଡିସକୋ ଡ୍ୟାନ୍ସ ଘଟଣା । ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଦାମନଯୋଡି ନାଲକୋ । ଜଣେ ସିଆଇଏସଏଫ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି । ଗତକାଲି ଏପରି ଏକ ଭିଜୁଆଲ ଭାଇରାଲ୍ ହୋଇଥିଲା । ଜୟପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏମାନେ ଅବସାଦରୁ ମୁକ୍ତ ହେବାକୁ ଗାତ ବଜାଇ ଡିସକୋ ଡ୍ୟାନ୍ସ କରୁଥିଲେ । ଭିଡିଓରେ ୫ ଜଣଙ୍କୁ ଦେଖିବାକୁ ମିଳିଥିଲା ।

ଜୟପୁରଠାରେ କୋଭିଡ୍ ଡାକ୍ତରଖାନାରେ ଠିକଣା ସମୟରେ ଖାଇବା ପିଇବା ଓ ସେବା ମିଳୁ ନ ଥିବା ନେଇ ପୂର୍ବରୁ ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଥିଲା । ଏବେ ଆଉ ଏକ ନୂଆ ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ଭିଡିଓରେ ଥିବା ଦୁଇ ଜଣ ଯାକ ସଂକ୍ରମିତ କୋରାପୁଟ ଜିଲ୍ଲାର । ଏଇ କିଛିଦିନ ତଳେ ସେମାନଙ୍କ କରୋନା ପଜିଟିଭ୍ ଆସିବା ପରେ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭିଡିଓରେ କିନ୍ତୁ ସେମାନେ ରୋଗୀ ପରି ମନେ ହେଉ ନାହାନ୍ତି। ଆଇ ଆମ ଏ ଡିସ୍କୋ ଡ୍ୟାନ୍ସର…ଗୀତର ତାଳେ ତାଳେ ଦୁଇ ଜଣ ସଂକ୍ରମିତ ନାଚୁଛନ୍ତି । ମଝିରେ ମଝିରେ ଅନ୍ୟମାନଙ୍କୁ ଡାକୁଛନ୍ତି । ଏପରିକି ଜଣଙ୍କୁ ଜୋର କରି ଡାକି ଆଣି ନଚାଉଛନ୍ତି । ଆଉ ଜଣେ ମନା କରିବା ସତ୍ତ୍ବେ ତାଙ୍କୁ କେବଳ ଗୋଡ଼ ହଲାଇବା ପାଇଁ ବାଧ୍ୟ କରୁଛନ୍ତି । ଏପଟେ ଅନ୍ୟଜଣକ ଟ୍ରାକ୍ ପ୍ୟାଣ୍ଟ ସହ ଗଂଜି ପିନ୍ଧି ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ କରୁଛନ୍ତି । ମଝିରେ ତାଙ୍କ ପୁଅ ଆସି ତାଙ୍କୁ ନାଚର ବିଭିନ୍ନ ମୁଦ୍ରା ମଧ୍ୟ ଶିଖାଉଛନ୍ତି ।