କନକ ବ୍ୟୁରୋ : ଭୁବନେଶ୍ୱରରେ ପୁଣି ମାତିଲେ କାର କାଚଭଙ୍ଗା ଲୁଟେରା । ସିଆଇଏସ୍ଏଫ୍ ଯବାନ ଦମ୍ପତିଙ୍କ ଗାଡ଼ି କାଚ ଭାଙ୍ଗି ଲୁଟ୍ ଅଭିଯୋଗ । ଗତକାଲି ସଂଧ୍ୟାରେ ସହିଦନଗରର ଏକ ମଲ୍ ସାମ୍ନାରେ ଗାଡ଼ି ପାର୍କିଂ କରି ସପିଂ କରିବାକୁ ଯାଇଥିଲେ ସିଆଇଏସଏଫ୍ ଯବାନ ଦମ୍ପତି ।

Advertisment

ସପିଂ କରି ଫେରିବା ବେଳେ ତାଙ୍କ କାରର କାଚ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଗାଡ଼ି ଭିତରୁ ମୋବାଇଲ୍, ଭ୍ୟାନିଟି ବ୍ୟାଗ ଚୋରି ହୋଇଥିବା ଜାଣିବାକୁ ପାଇବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଲୁଟ୍ର ଶିକାର ହୋଇଥିବା ଦମ୍ପତି ଛତିଶଗଡ଼ରେ ସିଆଇଏସ୍ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।