କନକ ବ୍ୟୁରୋ : ସଜେଇ ହୋଇଛି ସମ୍ବଲପୁର ଜେଲ । ଯେଉଁ ଜେଲ୍ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପରେ ଚର୍ଚ୍ଚାକୁ ଆସିଥିଲା । ଏବେ ସେହି ଜେଲ ଆଜି ସୌନ୍ଦର୍ଯ୍ୟ ପାଇଁ ପୁଣି ଚର୍ଚ୍ଚାକୁ ଆସିଛି ।
ସମ୍ବଲପୁର ମଣ୍ଡଳ କାରାଗାର, ଯଦିଓ ଭରପୁର କଏଦୀ ରୁହନ୍ତି କିନ୍ତୁ ବାହାରୁ ଦେଖିଲେ ବ୍ରିଟିଶ ଅମଳର ନିର୍ଯ୍ୟାତିତ କାରାଗାର ଭଳି ଦେଖାଯାଏ । ଏହି କାରାଗାରରେ ମାଓବାଦୀଙ୍କ ଠାରୁ ଆରମ୍ଭ କରି ଦୁର୍ଦ୍ଦାନ୍ତ ଅପରାଧୀମାନେ ଅଛନ୍ତି । କଏଦୀଙ୍କ ଅପରାଧିକ ମାନସିକତାରେ ସୁଧାର ଆଣିବା ପାଇଁ ଏବେ ସଜେଇ ହେଉଛି ଜେଲ । ଜେଲର ବାହର ପଟେ ସୁନ୍ଦର ବଗିଚା ସାଙ୍ଗକୁ ବିଭିନ୍ନ ହୀତବାଣୀ ଲେଖାଯାଇଛି ।
ଜେଲର ପରିବେଶ କଏଦୀଙ୍କ ମନ ପରିବର୍ତ୍ତନ କରିବା ସହ ସେମାନଙ୍କୁ ଭେଟିବା ପାଇଁ ଆସୁଥିବା ସମ୍ପର୍କୀୟଙ୍କ ମନରେ ଖୁସି ଦେଇଛି । ଜେଲ୍ କେବଳ ଅପରାଧୀ ମାନଙ୍କୁ ଦଣ୍ଡ ଦେବାର ସ୍ଥାନ ନୁହେଁ । ଅପରାଧ ଦୁନିଆରେ ପାଦ ଦେଇଥିବା ଅପରାଧୀଙ୍କୁ ପରିବର୍ତ୍ତନ କରି ମୁଖ୍ୟସ୍ରୋତରେ ସାମିଲ କରିବା ମଧ୍ୟ ଜେଲର ଉଦ୍ଦେଶ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/15-22.jpg)