କରୋନା ବିରୋଧୀ ଲଢ଼େଇରେ ଦେଶକୁ ଆସୁଛି ଆଉ ଏକ ଟୀକା । ମଡର୍ଣ୍ଣା ଟୀକା ଆମଦାନୀ ପାଇଁ ସିପଲାକୁ ଡିଜିସିଆଇର ଅନୁମତି, ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ ଏହି ଟୀକା ।

କରୋନା ବିରୋଧୀ ଲଢ଼େଇରେ ଦେଶକୁ ଆସୁଛି ଆଉ ଏକ ଟୀକା । ମଡର୍ଣ୍ଣା ଟୀକା ଆମଦାନୀ ପାଇଁ ସିପଲାକୁ ଡିଜିସିଆଇର ଅନୁମତି, ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ ଏହି ଟୀକା ।

FILE PHOTO: Vials with a sticker reading, "COVID-19 / Coronavirus vaccine / Injection only" and a medical syringe are seen in front of a displayed Moderna logo in this illustration taken October 31, 2020. REUTERS/Dado Ruvic/Illustration//File Photo

କନକ ବ୍ୟୁରୋ : ଭାରତୀୟଙ୍କ ପାଇଁ ଖୁସି ଖବର । କୋଭାକ୍ସିନ, କୋଭିସିଲ୍ଡ ଏବଂ ସ୍ପୁଟନିକ୍ ଭି ପରେ ଦେଶରେ ଏବେ ମିଳିବ ଆଉ ଏକ କରୋନା ଟିକା । ଆମେରିକାର କରୋନା ଟିକା ମଡର୍ଣ୍ଣା ଏବେ ଭାରତରେ ଉପଲବ୍ଧ ହେବ । ମଡର୍ଣ୍ଣାର ଜରୁରୀକାଳିନ ବ୍ୟବହାର ପାଇଁ ସିପ୍ଲାକୁ, ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଅନୁମୋଦନ ମିଳିଛି ।

ଭାରତରେ ମିଳିବ ମଡର୍ଣ୍ଣା ଟିକା । ଆମେରିକା ଟିକାକୁ ମିଳିଲା ଡିସିଜିଆଇର ଅନୁମୋଦନ । କରୋନା ବିରୋଧୀ ଲଢ଼େଇରେ ଦେଶକୁ ଆସୁଛି ଆଉ ଏକ ଟିକା । ୪ର୍ଥ ଟିକା ଭାବେ ଏବେ ଦେଶରେ ମିଳିବ ମଡର୍ଣ୍ଣା ଟିକା । ଏନେଇ ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ସିପ୍ଲାକୁ ମିଳିଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଅନୁମୋଦନ । ଏବେ ମଡର୍ଣ୍ଣା ଟିକାକୁ ଜରୁରୀକାଳୀନ ବ୍ୟବହାର କରାଯାଇ ପାରିବ । ମଡର୍ଣ୍ଣା ୨୭ ଜୁନରେ ଡିଜିସିଆଇକୁ ଜଣାଇଥିଲା ଯେ, ଆମେରିକୀୟ ସରକାର କିଛି ପରିମାଣ ଟିକା ଦେବାକୁ ଚାହୁଁଛନ୍ତି । ଏନେଇ ଡିଜିସିଆଇ ପାଖରୁ ଅନୁମତି ମାଗିଥିଲା କମ୍ପାନୀ । ଏବେ ଏହି ଅନୁମତି ଦେଇଛି ଡିଜିସିଆଇ ।

କରୋନା ଭୂତାଣୁ ସଂକ୍ରମଣ ସହ ଲଢେଇ ପାଇଁ ଆମେରିକାରେ ଫାଇଜର ସହ ମଡର୍ଣ୍ଣା ଟିକାର ପ୍ରୟୋଗ କରାଯାଉଛି ।
- ଜଣେ ବ୍ୟକ୍ତିଙ୍କୁ ମଡର୍ଣ୍ଣାର ଦୁଇଟି ଟିକା ନେବାକୁ ପଡ଼ିବ
- ୪ରୁ ୧୨ ସପ୍ତାହ ଅନ୍ତରରେ ମଡର୍ଣ୍ଣାର ଦ୍ୱିତୀୟ ଡୋଜ୍ ନେବାକୁ ହେବ
- ଦୁଇରୁ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ମଧ୍ୟରେ ମଡର୍ଣ୍ଣା ଟିକାକୁ ରଖିବାକୁ ହେବ
- ଆମେରିକାରେ ଏବେ ଫାଇଜର ସହ ମଡର୍ଣ୍ଣା ଟିକା ଦିଆଯାଉଛି
- ଏହି ଟିକା ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ

ମଡର୍ଣ୍ଣା ଟିକା ଦେଶକୁ ଆସିଲେ ଏବେ ବ୍ୟବହାର କରାଯାଉଥିବା ଚତୁର୍ଥ ଟିକା ହେବ । ଏବେ ଦେଶରେ କୋଭିସିଲଡ୍, କୋଭାକ୍ସିନ୍ ଓ ରୁଷୀୟ ଟୀକା ସ୍ପୁଟନିକ ଭି ବ୍ୟବହାର କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe