କନକ ବ୍ୟୁରୋ: ଚଳିତ ବର୍ଷ ସିପେଟର ୧୩୫ ତମ ଗଭର୍ଣ୍ଣିଂ କାଉନସିଲ ମିଟିଂ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଭାରତ ସରକାରଙ୍କ ଅଧୀନରେ ଥିବା ସାର ଓ ରସାୟନ ମନ୍ତ୍ରଣାଳୟର ସଚିବ ଯୋଗେନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଏହି ବୈଠକରେ ସିପେଟ୍ ତରଫରୁ ମହାନିର୍ଦ୍ଦେଶକ ପ୍ରଫେସର ଡଃ ସଞ୍ଜୟ ନାୟକଙ୍କୁ ଏକାଡେମିକ, ରିସର୍ଚ୍ଚ ଏବଂ ପଲିମର ସାଇନ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

Advertisment

ପ୍ରଫେସର ସଞ୍ଜୟ କୁମାର ନାୟକ ଏକାଧାରରେ ଜଣେ ଶିକ୍ଷାବିତ୍, ଦକ୍ଷ ପ୍ରଶାସକ, ଶିଳ୍ପ ପରାମର୍ଶଦାତା ଏବଂ ଉଚ୍ଚ କୋଟୀର ଗବେଷକ । ସେ ଉଭୟ ବିଜ୍ଞାନ ଓ ଇଞ୍ଜିନିୟରିଂରେ ଯୁଗ୍ମ ପିଏଚଡି ଲାଭ କରିବା ସଙ୍ଗେ ସଙ୍ଗେ ପଲିମର ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଡିଏସ୍ ମଧ୍ୟ ଲାଭ କରିଛନ୍ତି । ତାଙ୍କ ନାମରେ ଅନ୍ତର୍ଜାତୀୟ ଜର୍ଣ୍ଣାଲର ୩୫ ଗୋଟି ରିସର୍ଚ୍ଚ ପେପର, ଅନ୍ତର୍ଜାତୀୟ ସମ୍ମିଳନୀର ୩୪୬ଟି ପେପର, ୨୩ଟି ବହି, ୫୧ଟି ପ୍ୟାଟର୍ଣ୍ଣ ରହିଥିବାବେଳେ ୧୦୦ରୁ ଅଧିକ ରିସର୍ଚ୍ଚ ପ୍ରୋଜେକ୍ଟର ପ୍ରିନସିପାଲ ଇନଭେଷ୍ଟିଗେଟର ଭାବେ ସେ ରହିଛନ୍ତି ।

୧୯୬୮ ମସିହାରେ ସ୍ଥାପିତ ହୋଇଥିବା ସିପେଟ୍ ଏବେ ଭାରତ ସରକାରଙ୍କ ଅଧୀନରେ ଥିବା ସାର ଏବଂ ରସାୟନ ମନ୍ତ୍ରଣାଳୟର ଏକ ଅଗ୍ରଣୀ ଅନୁଷ୍ଠାନ । ଡାକ୍ତର ନାୟକଙ୍କ ବଳିଷ୍ଠ ନେତୃତ୍ୱରେ ସିପେଟ୍ ଗତ ଏକ ଦଶନ୍ଧିରୁ ଅଧଇକ ସମୟ ଧରି ପଲିମର ଟେକ୍ନୋଲୋଜି ରିସର୍ଚ୍ଚ ଏବଂ ଡେଭଲପମେଣ୍ଟରେ ଉକ୍ରୃଷ୍ଟ କାମ କରି ଭାରତକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବାରେ ସହାୟକ ହୋଇଛି । ତାଙ୍କ ପ୍ରେରଣା ଓ ଚେଷ୍ଟାରେ ବହୁ ଛାତ୍ରଛାତ୍ରୀ ଡକ୍ଟରେଟ୍ଠାରୁ ଆରମ୍ଭ କରି ବୈଜ୍ଞାନିକ, ଇଞ୍ଜିନିୟର ଏବଂ ରିସର୍ଚ୍ଚର ରୂପେ ଭାରତ ଓ ଭାରତ ବାହାରେ କାମ କରି ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି ।