କଟକଣା ସହ ଆଜି ଭୁବନେଶ୍ୱର ଖୋଲିଲା ସିନେମା ହଲ : ୫୦ % ଦର୍ଶକରେ ଚାଲିବ ସିନେମା ହଲ

75

କନକ ବ୍ୟୁରୋ : କରୋନା ପାଇଁ ଅନେକ ଦିନ ଧରି ବନ୍ଦ ଥିବା ସିନେମା ହଲ ଆଜିଠୁ ଖୋଲିଲା । ଭୁବନେଶ୍ୱରରେ ଆଜି ଠାରୁ ଖୋଲିଛି ସମସ୍ତ ସିନେମା ହଲ । କଟକଣା ଭିତରେ ଚାଲିବ ୪ଟି ସୋ । ନୂଆ ରିଲିଜ ହୋଇଥିବା ଆମେରିକାନ ସୁପର ହିରୋ ଫିଲ୍ମ, ଦ ସୁଇସାଇଡ ସ୍କ୍ୱାର୍ଡ ଫିଲ୍ମ ଆଜି ହଲରେ ପଡ଼ିଛି । ୫୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ ।

ସେପଟେ, ଆଜିଠୁ ଖୋଲିଛି ଜାତୀୟ ଉଦ୍ୟାନ ଭିତରକନିକା । କରୋନା ମହାମାରୀ ପାଇଁ ୩ ମାସ ହେଲା ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ଅଗଷ୍ଟ ମାସର ନୂଆ ଗାଇଡଲାଇନ ନିୟମକୁ ଆଧାର କରି ଖୋଲଯାଇଛି ଜାତୀୟ ଉଦ୍ୟାନ । ଦିନ ସମୟରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ପାରିବେ । ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଏବେ ଅନୁମତି ନାହିଁ । ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତ୍ତି ହେବ ବୋଲି କୁହଯାଇଛି ।