କାଲିଠାରୁ ଖୋଲିବ ସିନେମା ହଲ୍ । ଏହି ସବୁ ଲୋକଙ୍କୁ ମିଳିବ ମାଗଣା ଟିକେଟ, ବଦଳିଯିବ ନିୟମ

କାଲିଠାରୁ ଖୋଲିବ ସିନେମା ହଲ୍‌, ମାଗଣାରେ ମିଳିବ ଟିକେଟ୍

4,826

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ମଇ ମାସ ଠାରୁ ଦେଶସାରା ସିନେମା ହଲ୍‌କୁ ବନ୍ଦ ରଖାଯାଇଥିଲା । ହେଲେ ଆସନ୍ତାକାଲି ଅର୍ଥାତ ୧୫ ତାରିଖ ଗୁରୁବାର ଦିନ ସିନେମା ହଲ୍ ଖୋଲିବାକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏଥିପାଇଁ ସିନେମା ହଲ୍ ମାଲିକ ଓ ଦର୍ଶକଙ୍କ ପାଇଁ କିଛି ଗାଇଡଲାଇନ୍ ଜାରି କରିଛନ୍ତି ସରକାର । ଏନେଇ ସିନେମା ହଲ ମାଲିକ ମାନେ ଦର୍ଶକଙ୍କୁ ସ୍ୱାଗତ କରିବା ପାଇଁ କିଛି ଆକର୍ଶଣୟ ସୁବିଧା ଯୋଗାଇ ଦେବାକୁ ନିସ୍ପତ୍ତି ନେଇଛନ୍ତି । ଯାହା ମଧ୍ୟରେ କିଛି ଖାସ୍ ଲୋକଙ୍କ ପାଇଁ ମାଗଣା ଟିକେଟ୍ ଓ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଯାଇଛି । ଏହା ସହ ଖାଇବା, ପିଇବାର ସୁରକ୍ଷାକୁ ନେଇ କଡା ସଚେତନ ରହିଛନ୍ତି ସିନେମା ହଲ୍ ମାଲିକ ମାନେ ।
କିଛି ସିନେମା ହଲ୍ ମାଲିକ ମାନେ ସେମାନଙ୍କ କର୍ମଚାରୀ ଓ ତାଙ୍କ ପରିବାର ପାଇଁ ମାଗଣାରେ ଟିକେଟ୍ ଦେବାକୁ ଯୋଜନା କରିଛନ୍ତି । ସେମାନଙ୍କୁ ସପ୍ତାହନ୍ତ କରୋନା ଯୋଦ୍ଧା ନାମରେ ନାମିତ କରାଯାଇଛି । ହଲ୍‌ର କର୍ମଚାରୀ ଓ ସେମାନଙ୍କ ପରିବାରକୁ ପ୍ରତି ସପ୍ତାହ ଶେଷରେ ମାଗଣା ଟିକେଟ୍ ଦିଆଯିବ ।
ଅନ୍ୟପଟେ ପୂର୍ବରୁ ଯେଭଳି ଭାବେ କାଗଜ ଟିକେଟ୍ ମିଳୁଥିଲା ତାହାକୁ ବନ୍ଦ କରାଯାଇଛି । ସିନେମା ହଲ୍ ର ସମସ୍ତ ଟିକେଟ୍ ଡିଜିଟାଲ ମାଧ୍ୟମରେ ଦର୍ଶକଙ୍କୁ ପ୍ରଦାନ କରାଯିବ । ଯାହାପାଇଁ ବକ୍ସ ଅଫିସରେ କେବଳ ଗୋଟଏ କାଉଁଣ୍ଟର ଖୋଲାଯାଇଛି । ଏହା ସହ ଦର୍ଶକଙ୍କ ଠାରୁ ଆରମ୍ଭ କରି ସିନେମା ହଲର କର୍ମଚାରୀଙ୍କ ପର୍ଯ୍ୟନ୍ତ କାହାକୁ ଯଦି ପିପିଇ କିଟ୍ କିଣିବାକୂୁ ଥାଏ ତେବେ ସେମାନେ ବି ବକ୍ସ ଅଫିସରେ ଖୋଲାଯାଇଥିବା କାଉଁଣ୍ଟରରୁ ଅନଲାଇନ୍ ମାଧ୍ୟମରେ କିଣି ପାରିବେ । ଏଠାରେ ୩୦ ରୁ ୫୦ ଟଙ୍କା ମଧ୍ୟରେ ପିପିଇ କିଟ୍ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।