କନକ ବ୍ୟୁରୋ: ଏଣିକି ସିନେମା ହଲ୍ ହେବ ହାଉସଫୁଲ୍ । ୧୦୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସୋ' । ଫେବ୍ରୁଆରୀ ପହିଲାରୁ ସାରା ଦେଶରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରତ୍ୟେକ ସିନେମା ହଲ୍ ଖୋଲିପାରିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ।
କରୋନା ହେତୁ ସିନେମା ହଲରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ । ଆଉ ପ୍ରତି ସୋ' ଭିତରେ କିଛି ସମୟ ପାଇଁ ବ୍ରେକ୍ ରହିବ । ଲୋକମାନେ ସିନେମା ହଲ୍ ଭିତରେ ଥିବା ଷ୍ଟଲରୁ ଖାଇବା ନେଇ ହଲରେ ଖାଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଏହାପୂର୍ବରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲୁଥିଲା । ଯେଉଁଥିରେ ଗୋଟିଏ ସିଟକୁ ଛାଡି ଦର୍ଶକମାନେ ସିନେମା ଦେଖୁଥିଲେ। ଏହା ଫଳରେ ହଲ୍ ମାଲିକାମାନେ ଅନେକ କ୍ଷତି ସହୁଥିଲେ । ଲୋକମାନେ ମଧ୍ୟ ଏଭଳି ନିୟମକୁ ମାନି ହଲ୍ ଯିବାକୁ ନାପସନ୍ଦ କରୁଥିଲେ । ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ଦର୍ଶକଙ୍କ ମନରେ ଉତ୍ସାହ ଫେରାଇ ଆଣିଛି ।
ତେବେ ଓଡିଶାରେ କିନ୍ତୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଏବେ ସିନେମା ହଲ୍ ଚାଲୁରହିବ । ଫେବୃଆରୀ ମାସର ଗାଇଡଲାଇନରେ ସରକାର ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ମନା କରିଦେଇଛନ୍ତି । ତେଣୁ ଓଡିଶାରେ ସେହି ପର୍ବଭଳି ଅଧା ଦର୍ଶକଙ୍କୁ ନେଇ ସିନେମା ହଲ ଚାଲୁରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/9-27.jpg)