ଆଜିଠୁ ସିନେମା ହଲ ଖୋଲିବା ପାଇଁ ହଲ ମାଲିକଙ୍କ ଜୋରଦାର ପ୍ରସ୍ତୁତି : ସାନିଟାଇଜ କରାଗଲା ପ୍ରେକ୍ଷାଳୟ; ବସିବା ବ୍ୟବସ୍ଥା କଲେ ହଲ କର୍ତ୍ତୃପକ୍ଷ

କୋଭିଡ ଗାଇଡଲାଇନ ମାନିବା ଉପରେ ଗୁରୁତ୍ୱ

81

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟର ବିଭିନ୍ନ ସିନେମା ହଲ ଗୁଡିକ ଖୋଲିବ । ତେବେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯିବ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମକୁ ମାନିବାକୁ ପଡିବ ଦର୍ଶକମାନଙ୍କୁ । ହଲ ଖୋଲିବା ପୂର୍ବରୁ ସିନେମା ହଲ ଗୁଡିକୁ ସାନିଟାଇଜ କରାଯାଇଛି । ଗୋଟିଏ ସିଟ ଛାଡି ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

କାରଣ ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଚାଲିବା ନେଇ ଅନୁମତି ରହିଛି । ହଲ ନିକଟରେ ଅଯଥା ଗହଳି ନକରି ଅନଲାଇନ ଟିକେଟ ବୁକିଂକୁ ଗୁରୁତ୍ୱ ଦିଆଯାଇଛି । ଆଶା କରାଯାଉଛି ସିନେମା ହଲ କର୍ତୃପକ୍ଷ କୋଭିଡ ସମ୍ପର୍କିତ ବିଜ୍ଞାପନ ମଧ୍ୟ ଚଲାଇବେ । ହଲ ଭିତରକୁ କୌଣସି ପ୍ରକାରର ଖାଦ୍ୟ ପଦାର୍ଥ ନେବା ଉପରେ ମଧ୍ୟ କଟକଣା ରହିଛି । ଗୋଟିଏ ସୋ ସରିବା ମାତ୍ରେ ହଲକୁ ସାନିଟାଇଜ କରାଯିବ ପରବର୍ତ୍ତୀ ସୋ ଆରମ୍ଭ କରିବା ପାଇଁ ଯୋଜନା ରହିଛି । ଇଏ ହେଉଛି ଭୁବନେଶ୍ୱର କେଶରୀ ହଲର ଦୃଶ୍ୟ । ଯେଉଁଠାରେ ଦର୍ଶକଙ୍କ ବସିବା ପାଇଁ ସିଟ ଆରେଂଜମେଂଟ କରାସରିଛି ।