ଦଶ ମାସର ବ୍ୟବଧାନ ପରେ ରିଲିଜ ହେଉଛି ଓଡ଼ିଆ ଫିଲ୍ମ : ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ହେବ ପ୍ରିମିୟର

କରୋନା କାଳରେ ଫିଲ୍ମ ଦେଖିବାର ନିଆରା ଅନୁଭୂତି ପାଇବେ ଦର୍ଶକ

392

କନକ ବ୍ୟୁରୋ : ଦୀର୍ଘ ୧୦ମାସ ପରେ ହଲରେ ବସି ଓଡ଼ିଆ ଫିଲ୍ମ ଦେଖିବେ ଦର୍ଶକ । ଆଜି ମୁକ୍ତିଲାଭ କରୁଛି ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଫିଲ୍ମ ରୋମିଓ ରାଜା । ଏନବି ଏଟଟେଂନମେଂଟ ବ୍ୟାନରେ ତିଆରୀ ହୋଇଥିବା ଏହି ଫିଲ୍ମର ଆଜି ମଧ୍ୟାହ୍ନରେ କଟକ ବୃନ୍ଦାବନ ହଲରେ ପ୍ରିମିୟର ହେବ । ସେହିପରି ଅପରାହ୍ନ ୪ଟାରେ ଭୁବନେଶ୍ୱର ସିନେ ପଲିସରେ ବସି ଫିଲ୍ମର ମଜା ନେଇପାରିବେ ଦର୍ଶକ । ହେଲେ କରୋନା କାଳରେ ଫିଲ୍ମ ହଲରେ ବସି ଦେଖିବାର ଅନୁଭୂତି ଏଥର ଭିନ୍ନ ହେବାକୁ ଯାଉଛି । କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ କେତେକ କଟକଣା ଲଗାଯାଇଛି ।

  • ହଲରେ ପହଂଚିବା ପରେ ଦର୍ଶକଙ୍କ ହେବ ଥର୍ମାଲ ସ୍କ୍ରିନିଂ
  • ଟିକେଟ୍ କିଣିବା ପାଇଁ କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ
  • ଦର୍ଶକଙ୍କୁ ଦିଆଯିବ ନାହିଁ ପେପର ଟିକେଟ
  • କେବଳ ମୋବାଇଲ ମେସେଜରେ ଆଲର୍ଟ ହେବ ସିଟ
  • ଫିଲ୍ମ ଦେଖିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ହଲର ବିଭିନ୍ନ ସ୍ଥାନରେ ରହିବ ହ୍ୟାଣ୍ଡ ସାନିଟାଇଜର
  • ଗେଟିଏ ସିଟ୍ ବ୍ୟବଧାନରେ ବସିବେ ଦର୍ଶକ
  • ହଲରେ ଏସିର ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ରହିବ
  • ହଲରେ ଭେଂଟିଲେଟର ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ
  • କାଉଂଟରରେ କେବଳ ପ୍ୟାକେଟ୍ ଖାଦ୍ୟ ମିଳିବ
  • ଗୋଟିଏ ସୋ ଶେଷ ହେବା ପରେ ସାନିଟାଇଜ ହେବ ହଲ