ବଲିଉଡର ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଗଣେଶ ଆଚାର୍ୟ୍ୟ ଅମ୍ବୋଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ଯେ ଫେଡେରେସନ୍ ଅଫ୍ ସିନେ ଆର୍ଟିଷ୍ଟସ୍ ଆସୋସିଏସନର ଦୁଇ ଜଣ ସଦସ୍ୟ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇଛନ୍ତି। ଗଣେଶଙ୍କ କହିବା ଅନୁଯାୟୀ ତାଙ୍କୁ ଏଭଳି ଧମକ ବାରମ୍ବାର ମିଳୁଥିବା ହେତୁ ସେ ବିବ୍ରତ ଓ ଭୟଭୀତ।
ଗଣେଶ ଆଚାର୍ୟ୍ୟ ଏକ ଡ୍ୟାନ୍ସ ଗ୍ରୁପ୍କୁ ସମର୍ଥନ କରୁଛନ୍ତି। ଏହି ଡ୍ୟାନ୍ସ ଗ୍ରୁପ୍ ସେମାନଙ୍କ କାମ ପାଇଁ ପାରିଶ୍ରମିକ ଦାବି କରିଛନ୍ତି। ଏହାକୁ ଗଣେଶ ସମର୍ଥନ କରୁଥିବା ଯୋଗୁଁ ତାଙ୍କୁ ଆସୋସିଏସନ୍ ଅଫ୍ ହୋଲର୍ଡସ ଗଙ୍ଗେଶ୍ୱର ଶ୍ରୀବାସ୍ତବ ଓ ଅଶୋକ ଦୁବେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏହି ହତ୍ୟା ଧମକ ପାଇବା ପରେ ନୃତ୍ୟ ନିର୍ଦ୍ଦେଶକ ଗଣେଶ ଆଚାର୍ୟ୍ୟ ଆମ୍ବୋଲି ଥାନା ରେ ଅଭିଯୋଗ କରିଛନ୍ତି।
ଆମ୍ବୋଲି ଥାନାର ବରିଷ୍ଠ ଇନସ୍ପେକ୍ଟର ଭାରତ ଗାୟକଓ୍ଵାଡ୍ କହିଛନ୍ତି ଯେ ଏ ମାମଲାର ତଦନ୍ତ ଚାଲିଛି। ଏହି ଡ୍ୟାନ୍ସ ଗ୍ରୁପ ନନ୍ପେମେଣ୍ଟ ଓ କ୍ଷତିପୂରଣ ଦାବି କରିଛନ୍ତି। ତା’ଛଡା ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ପତ୍ର ଲେଖି ଦାବି କରିଛନ୍ତି ଯେ ଆର କେ ଷ୍ଟୁଡିଓର ସଂପତ୍ତିକୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/FC_Secret_Superstars_Ganesh-Acharya_lead_1.jpg)
/kanak/media/post_attachments/wp-content/uploads/2018/09/ea1f4799b6b691ee7e51dd24a2b3a7af-300x169.jpg)