କନକ ବ୍ୟୁରୋ: ସୁସ୍ଥ ହୋଇ ଘରକୁ ଫେରିଲେ କମେଡି କିଙ୍ଗ ପପୁ ପମପମ । ଦିଲ୍ଲୀ ଏମସରେ ଚିକିତ୍ସିତ ହୋଇ ଫେରିବା ପରେ ନିଜ ପ୍ରଥମ ଭିଡିଓ ଜାରି କରିଛନ୍ତି ହାସ୍ୟ ଅଭିନେତା ପପୁ । ଦର୍ଶକଙ୍କ ଭଲ ପାଇବା ପାଇଁ ସେ ସୁସ୍ଥ ହୋଇ ଫେରିଥିବା କହିଛନ୍ତି । ଏହା ସହ ସେ ଭିଡିଓରେ କହିଛନ୍ତି , ୨ ମାସ ଧରି ଏମସରେ ଚିକିତ୍ସିତ ଥିଲେ, ତାଙ୍କ ସୁସ୍ଥ ହେବା ସମ୍ଭବ ନୁହେଁ ବୋଲି ଡାକ୍ତର କହୁଥିଲେ । କିନ୍ତୁ ଜଗନ୍ନାଥଙ୍କ ଆର୍ଶୀବାଦ ଓ ଲୋକଙ୍କ ଭଲପାଇବା ପାଇଁ ସେ ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି ।

Advertisment

publive-image

ଦୀର୍ଘଦିନ ଧରି ସେ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଫେରିଥିବା କଥା ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ପପୁ ପମପମ୍ ଏହି ଭିଡିଓରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।