ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ସିଆଇଆଇର କନଫରେନ୍ସ ଅନୁଷ୍ଠିତ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଲେ ବିଶିଷ୍ଟ ବ୍ୟକ୍ତି 

51

କନକ ବ୍ୟୁରୋ: ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ସିଆଇଆଇ ଦ୍ୱାରା କନଫରେନ୍ସ  ଆୟୋଜିତ ହୋଇଯାଇଛି । କିପରି ଖଣିଜ ଏବଂ ଧାତୁ ଦ୍ୱାରା ଅର୍ଥନୀତିକୁ ପୁନର୍ଜୀବିତ କରିହେବ ସେନେଇ ଏହି କନଫରେନ୍ସରେ ଆଲୋଚନା ହୋଇଛି । କଞ୍ଚାମାଲର ଉପଲବ୍ଧତା, ସ୍ଥାୟୀ ଖଣି ପାଇଁ ବିଶ୍ୱ ସଂଯୋଗ ଉପରେ ଧ୍ୟାନ ଦେଇ କିପରି ଅର୍ଥନୀତିକୁ ବଞ୍ଚାଇ ହେବ ସେ ଦିଗରେ ଆଲୋଚନା କରାଯାଇଛି ।

ଇସ୍ପାତ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫାଗାନ ସିଂ କୁଲାସ୍ତେ ଭିଡିଓ କନଫରେସିଂ ମାଧ୍ୟମରେ ଯୋଗ ଦେଇ କହିଛନ୍ତି, ଅତ୍ୟାଧୁନିକ ଇସ୍ପାତ କାରଖାନ ସହ ଭାରତୀୟ ଇସ୍ପାତ ଶିଳ୍ପ ମଧ୍ୟ ଆଧୁନିକ ଅଟେ । ପୁରାତନ ଜିନିଷର ଆଧୁନିକରଣ ଓ ଉଚ୍ଚଶକ୍ତି ଦକ୍ଷତା ସ୍ତରକୁ ଅପଗ୍ରେଡେସନ ପାଇଂ ଏହା ସର୍ବଦା ଚେଷ୍ଟା କରିଆସୁଛି ।

ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ରଶିକା ଚୌବେ କହିଛନ୍ତି, ୨୦୧୭ ନ୍ୟାସନାଲ ଷ୍ଟିଲ ପଲିସିର ଲକ୍ଷ୍ୟ ଦେଶରେ ବୈଷୟିକ ଉନ୍ନତି ତଥା ସର୍ବଭାରତୀୟ ସ୍ତରରେ ଇସ୍ପାତ ଶିଳ୍ପକୁ ଅତ୍ମନିର୍ଭରଶୀଳ କରାଇବା । ଏହାସହ ଏହି ନୀତିରେ ସେ ସରକାରଙ୍କ ଫୋକସ ଉପରେ ମଧ୍ୟ ଆଲୋଚନା କରିଥିଲେ ।