କନକ ବ୍ୟୁରୋ: ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ସିଆଇଆଇ ଦ୍ୱାରା କନଫରେନ୍ସ ଆୟୋଜିତ ହୋଇଯାଇଛି । କିପରି ଖଣିଜ ଏବଂ ଧାତୁ ଦ୍ୱାରା ଅର୍ଥନୀତିକୁ ପୁନର୍ଜୀବିତ କରିହେବ ସେନେଇ ଏହି କନଫରେନ୍ସରେ ଆଲୋଚନା ହୋଇଛି । କଞ୍ଚାମାଲର ଉପଲବ୍ଧତା, ସ୍ଥାୟୀ ଖଣି ପାଇଁ ବିଶ୍ୱ ସଂଯୋଗ ଉପରେ ଧ୍ୟାନ ଦେଇ କିପରି ଅର୍ଥନୀତିକୁ ବଞ୍ଚାଇ ହେବ ସେ ଦିଗରେ ଆଲୋଚନା କରାଯାଇଛି ।
ଇସ୍ପାତ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫାଗାନ ସିଂ କୁଲାସ୍ତେ ଭିଡିଓ କନଫରେସିଂ ମାଧ୍ୟମରେ ଯୋଗ ଦେଇ କହିଛନ୍ତି, ଅତ୍ୟାଧୁନିକ ଇସ୍ପାତ କାରଖାନ ସହ ଭାରତୀୟ ଇସ୍ପାତ ଶିଳ୍ପ ମଧ୍ୟ ଆଧୁନିକ ଅଟେ । ପୁରାତନ ଜିନିଷର ଆଧୁନିକରଣ ଓ ଉଚ୍ଚଶକ୍ତି ଦକ୍ଷତା ସ୍ତରକୁ ଅପଗ୍ରେଡେସନ ପାଇଂ ଏହା ସର୍ବଦା ଚେଷ୍ଟା କରିଆସୁଛି ।
ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ରଶିକା ଚୌବେ କହିଛନ୍ତି, ୨୦୧୭ ନ୍ୟାସନାଲ ଷ୍ଟିଲ ପଲିସିର ଲକ୍ଷ୍ୟ ଦେଶରେ ବୈଷୟିକ ଉନ୍ନତି ତଥା ସର୍ବଭାରତୀୟ ସ୍ତରରେ ଇସ୍ପାତ ଶିଳ୍ପକୁ ଅତ୍ମନିର୍ଭରଶୀଳ କରାଇବା । ଏହାସହ ଏହି ନୀତିରେ ସେ ସରକାରଙ୍କ ଫୋକସ ଉପରେ ମଧ୍ୟ ଆଲୋଚନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/CII-webinar-750x430.jpeg)