ଆରପାରିରେ ‘ସିଆଇଡି’ ଇନ୍ସପେକ୍ଟର । ହାର୍ଟ ଆଟାକ୍ ପରେ ହସ୍ପିଟାଲରେ ହେଇଥିଲେ ଭର୍ତ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ।

1,384

କନକ ବ୍ୟୁରୋ: ଆରପାରିରେ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଇନ୍ସପେକ୍ଟର ଫ୍ରେଡିକ୍ସ । ଏହି ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶଙ୍କର ଆଜି ଦେହାନ୍ତ ଘଟିଛି । ତେବେ କିଛି ଦିନ ହେଲା ହାର୍ଟ ଆଟାକ୍ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଡିସେମ୍ବର ୫ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଦିନେଶ ଫଡନୀଶ ଗତ କିଛି ଦିନ ଧରି ଆଇସିୟୁରେ ମୃତ୍ୟୁ ସହ ଯୁଦ୍ଧ ଲଢୁଥିଲେ । ହେଲେ ଆଜି ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କର ବନ୍ଧୁ ତଥା ସିଆଇଡିରେ ତାଙ୍କର ସାଥୀ ଅଭଇନେତା ଦୟାନନ୍ଦ ସେଟ୍ଟୀ ସୂଚନା ଦେଇଛନ୍ତି ।

ଲୋକପ୍ରିୟ ଟିଭି ସୋ ସିଆଇଡି ଜରିଆରେ ବେଶ ଲୋକପ୍ରିୟ ହେଇଥିଲେ ଦିନେଶ । ଏହି ସୋରେ ସେ ଇନ୍ସପେକ୍ଟର ଭୂମିକାରେ ନଜର ଆସୁଥିଲେ । ତାଙ୍କ ଚରିତ୍ରକୁ ଦର୍ଶକମାନେ ବେଶ ପସନ୍ଦ କରୁଥିବାବେଳେ, ଲଗାତାର ସେ ବି ସ୍କ୍ରିନରେ ଚମକ୍ରାର ଅଭିନୟ ଜାରି ରଖିଥିଲେ । ତେବେ ୫୭ ବର୍ଷ ବୟସରେ ତାଙ୍କର ଆରପାରିକୁ ଯିବା ତାଙ୍କ ଫ୍ୟାନ୍ସକୁ ଦୁଃଖ ଦେଇଛି ।