୪୦୦୦୦ ଲୋକଙ୍କ ହାଡରେ ତିଆରି ହୋଇଛି ଚର୍ଚ୍ଚ । କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ୟ୍ୟ କରୁଥିବ । କିନ୍ତୁ ଚେକ୍ ଗଣରାଜ୍ୟରେ ଥିବା ଏହି ଚର୍ଚ୍ଚକୁ ୪୦୦୦୦ ଲୋକଙ୍କ ହାଡରେ ଅତି ସୁନ୍ଦର ଭାବରେ ସଜାଇ ତିଆରି କରାଯାଇଛି । କେବଳ ସେତିକି ନୁହେଁ ଏହି ହାଡରେ ଅତି ସୁନ୍ଦର କାରୁକାର୍ୟ୍ୟ ମଧ୍ୟ ହୋଇଛି ।
ଇତିହାସ କହେ ଯେ ଏହି ସ୍ଥାନରେ ଏକ କବରସ୍ତାନ ଥିଲା । ତେବେ ସ୍ଥାନ ଅଭାବରୁ ମୃତଦେହ ଗୁଡିକ ଆଉ ପୋତା ହୋଇ ପାରି ନଥିଲା । ପ୍ରଥମେ ଏହି ମୃତ ଦେହ ଗୁଡିକୁ ଅସ୍ଥାୟୀ ଭାବରେ ପୋତାଗଲା । ପରେ ସେଗୁଡିକୁ ବାହାର କରି ସେମାନଙ୍କ ହାଡରେ ଏହି ଚର୍ଚ୍ଚ ତିଆରି କରାଯାଇଛି । ଚର୍ଚ୍ଚଟି ‘ଦ ଚର୍ଚ୍ଚ ଅଫ୍ ବୋନ୍ସ’ ଭାବରେ ମଧ୍ୟ ପ୍ରସିଦ୍ଧ । ଯାହାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପ୍ରତିଦିନ ପ୍ରାୟ ଲକ୍ଷାଧିକ ପର୍ୟ୍ୟଟକ ଏହି ଆସିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/tojkht.jpg)
/kanak/media/post_attachments/wp-content/uploads/2018/09/jam-300x159.jpg)