କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷ ଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ । ରୋଷ ଘରେ ୩୦୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରଚ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେବାୟତମାନଙ୍କ ଭିତରେ ପୂର୍ବ ଶତ୍ରୁତାକୁ ନେଇ ଚୁଲି ଭଙ୍ଗାଯାଇଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ରୋଷ ଘରେ ୭୦୦ ଶହ ଚୁଲି ରହିଛି । ଭଙ୍ଗା ଯାଇଥିବା ଚୁଲିରେ ବରାଦି ଭୋଗ କରାଯାଇଥାଏ ।

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଖେଳ । ପରସ୍ପର ଭିତରେ ଶତ୍ରୁତା କାରଣରୁ ଜଗନ୍ନାଥଙ୍କ ରୋଷ ଘର ଚୁଲା ଭାଙ୍ଗି ଦେଇଛନ୍ତି ସେବାୟତ । ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଏଭଳି ସାଂଘାତିକ ଖବର ଏବେ ଭକ୍ତ ମହଲରେ ଅସନ୍ତୋଷ ବଢାଉଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ରୋଷ ଘରେ ଥିବା ୭୦୦ ଚୁଲାରୁ ୩୦୦ରୁ ଅଧିକ ଚୁଲା ଭାଙ୍ଗି ଦିଆଯାଇଛି । ସୁଆର ମହାସୁଆର ନିଯୋଗର ସଭାପତି କହିଛନ୍ତି, କବାଟ ନଥିବାରୁ କେହି ଦୁର୍ବୃତ ପଶି ଚୁଲା ଗୁଡିକୁ ଭାଙ୍ଗି ଦେଇଛନ୍ତି । ଏପରିକି ଶ୍ରୀମନ୍ଦିର ସୁରକ୍ଷା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ନିଜ ଭିତରେ ଶତ୍ରୁତା କାରଣରୁ ସେବାୟତ ଚୁଲା ଭାଙ୍ଗି ଦେଇଥିଲେ କଥା ଅତି ସାଂଘାତିକ । ଯେଉଁ ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୬୦ ପଉଟି ଭୋଗ ହୋଇଥାଏ ଓ ଅତି ନିଷ୍ଠାର ସହ ସେବାୟତମାନେ ଏହାକୁ କରିଥାନ୍ତି ସେଠାରେ ବ୍ୟକ୍ତି ଶତ୍ରୁତାରୁ ଚୁଲି ଭାଙ୍ଗି ଦେବା ଘଟଣା ଅତି ସାଂଘାତିକ ।