ମୁଢ଼ି ଉପରେ ଜିଏସଟି ମାଡ଼: ଚୁଡ଼ା, ଖଇ, ଉଖୁଡ଼ାକୁ ପ୍ୟାକେଟ୍ କରି ବିକିଲେ ଦେବାକୁ ପଡ଼ିବ ୫ ପ୍ରତିଶତ ଟ୍ୟାକ୍ସ

Advertisment
ମୁଢ଼ି ଉପରେ ଜିଏସଟି ମାଡ଼: ଚୁଡ଼ା, ଖଇ, ଉଖୁଡ଼ାକୁ ପ୍ୟାକେଟ୍ କରି ବିକିଲେ ଦେବାକୁ ପଡ଼ିବ ୫ ପ୍ରତିଶତ ଟ୍ୟାକ୍ସ

କନକ ବ୍ୟୁରୋ: ସୋମବାର ଠାରୁ ମହଙ୍ଗା ହେବାକୁ ଯାଉଛି ଗରିବ ଲୋକଙ୍କ ସ୍ନାକ୍ସ ଭାବେ ପରିଚିତ ମୁଢ଼ି । ସକାଳ ହେଉ କି ସଂଧ୍ୟା, ମୁଢ଼ି ଓଡ଼ିଆ ଲୋକଙ୍କ ପ୍ରଥମ ପସନ୍ଦ । ଉତର ଓଡ଼ିଶା, ବିଶେଷ କରି ବାଲେଶ୍ୱର, ମୟୁରଭଂଜ ଆଦି ଜିଲ୍ଲାରେ ମୁଢି ହିଁ ପ୍ରମୁଖ ଖାଦ୍ୟ । କିନ୍ତୁ ଗରିବ ଲୋକଙ୍କ ଏହି ଖାଦ୍ୟ ଉପରେ ଜିଏସଟି ବସାଇବାକୁ ଯାଉଛି କେନ୍ଦ୍ର । ଫଳରେ ଖାଉଟି ଠାରୁ ଆରମ୍ଭ କରି ମୁଢ଼ି ବ୍ୟବସାୟ କରି ଗୁଜରାଣ ମେଂଟାଉଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣୀ ପଡିଛି ।

କେବଳ ମୁଢ଼ି, ଚୁଡ଼ା, ଖଇ, ଉଖୁଡ଼ା ନୁହେଁ ଅନ୍ୟ କୃଷି ଓ ଦୁଗ୍ଧଜାତ ପଦାର୍ଥ ପାଇଁ ମଧ୍ୟ ଜିଏସଟି ଗଣିବାକୁ ହେବ । ଯାହା ଖୋଲା କିମ୍ବା ଗ୍ରାହକଙ୍କ ଆଗରେ ପ୍ୟାକିଂ କରି ବିକ୍ରି କରାଯିବ, ସେଥିରେ ଜିଏସଟି ଲାଗୁ ହେବନାହିଁ । ଆଗରୁ ପ୍ୟାକିଂ ହୋଇ ରହିଥିଲେ ଜିଏସଟି ଦେବାକୁ ପଡ଼ିବ । ତେବେ ପୂର୍ବରୁ କେବଳ ବ୍ରାଣ୍ଡ ପ୍ୟାକେଟ୍ ଖାଦ୍ୟ ପଦାର୍ଥ ଉପରେ ଟିକସ ଦେବାକୁ ପଡ଼ୁଥିଲା ।

ନଜର ପକାନ୍ତୁ – କାହା ଉପରେ ୫ ପ୍ରତିଶତ ଜିଏସଟି? ଘୋଳଦହି, ବସାଦହି, ଲସି, ପନିର, ଗୁଡ଼, ମହୁ, ମୁଢ଼ି, ଚୁଡ଼ା, ଖଇ, ଉଖୁଡ଼ା, ଚାଉଳ, ଚାଉଳ ଚୁନା, ଗହମ, ଅଟା, ବାର୍ଲି, ଓଟ୍ସ

ମୁଦ୍ରାସ୍ଫୀତି ଯୋଗୁଁ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ପାଉଥିବା ବେଳେ ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ବସାଇବା, ଗରିବ ଲୋକଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ୍ୟ ହୋଇଛି । ଗରିବ, ନିମ୍ନ ମଧ୍ୟବିତ, ମଧ୍ୟବିତ ପରିବାର ଏଥିରେ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe