ଯୁକ୍ତ ଦୁଇ ମୂଲ୍ୟାୟନ ପଦ୍ଧତି ଚୁଡ଼ାନ୍ତ ପରେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ । ଚଳିତ ବର୍ଷ ପାସ ହାର ଟପିବ ୯୦ ପ୍ରତିଶତ

243

କନକ ବ୍ୟୁରୋ : ସିଏଚଏସଇ ଅଧିନସ୍ଥ ଯୁକ୍ତ ଦୁଇ ପରୀକ୍ଷା ବିକଳ୍ପ ମୂଲ୍ୟାୟନ ଚୂଡାନ୍ତ ହେବା ପରେ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବିଜୟ କୁମାର ସାହୁଙ୍କ ବଡ ଆକଳନ । କହିଛନ୍ତି, ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯିବ ସେଥିରେ ଛାତ୍ରଛାତ୍ରୀମାନେ ଅଧିକ ମାର୍କ ପାଇବେ । ଏବଂ ଚଳିତ ବର୍ଷ ଯୁକ୍ତ ଦୁଇ ମୋଟ ପାସ ହାର ୯୦ ପ୍ରତିଶତରୁ ଅଧିକ ହେବ ।
ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣି ପାସହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ । ସେହିପରି ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ ହାର ୩୦ ରୁ ୪୦ ପ୍ରତିଶତ ମଧ୍ୟରେ ରହୁଥିବାବେଳେ ଏଥର ଅଧିକ ହେବ । ପିଲାଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଯାଇଛି ।