ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ୨ ଘଣ୍ଟା ପରେ ୱେବସାଇଟରେ ହେଲା ଉପଲବ୍ଧ; ମିଠା ଖାଇ ଖୁସି ମନାଇଲେ ମେଧାବୀ ପିଲା

160

କନକ ବ୍ୟୁରୋ : ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବାର ୨ ଘଣ୍ଟା ପରେ ୱେବସାଇଟରେ ହେଲା ଉପଲବ୍ଧ । ଦିନ ୧ଟାରୁ ସାମ୍ସ ଇ-ପୋର୍ଟାଲରୁ ମାର୍କ ଦେଖିଲେ ଛାତ୍ରଛାତ୍ରୀ । ମିଠା ଖାଇ ଖୁସି ମନାଇଲେ ମେଧାବୀ ପିଲା । ତେବେ ସର୍ଭର ଡାଉନ୍ ଯୋଗୁଁ ଖୋଲୁନଥିଲା ୱେବସାଇଟ ।

ସେପଟେ, ଯୁକ୍ତ ୨ ପରୀକ୍ଷାରେ ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ । ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଙ୍କ ତୁଳନାରେ ବାଜିମାତ କରିଛନ୍ତି ଛାତ୍ରୀ । ବିଜ୍ଞାନରେ ଛାତ୍ରୀଙ୍କ ପାସ ହାର ୮୫ ଦଶମିକ ୬୭ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୮୪ ଦଶମିକ ୨୮ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ଛାତ୍ରୀଙ୍କ ପାସ ହାର ୮୩ ଦଶମିକ ୮୭ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୭୯ ଦଶମିକ ୫୨ ରହିଛି । ବିଜ୍ଞାନରେ ମୋଟ ୪୯ହଜାର ୯୭୫ ଛାତ୍ର ପରୀକ୍ଷା ଦେଇଥିଲେ ।

ସେଥିମଧ୍ୟରୁ ୪୨ହଜାର ୧୨୧ ଜଣ ପାସ କରିଛନ୍ତି । ସେହିପରି ୪୨ହଜାର ୯୭୫ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୬ହଜାର ୮୧୭ ଜଣ ପାସ ହୋଇଛନ୍ତି । ବାଣିଜ୍ୟରେ ମୋଟ ୧୫ହଜାର ୨୪୧ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୨ହଜାର ୧୨୧ ଜଣକ ପାସ ହୋଇଛନ୍ତି । ସେହିପରି ୮ହଜାର ୮୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୭ହଜାର ୪୧୫ ଜଣ ପାସ କରିଛନ୍ତି ।