ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ! ସମସ୍ତ ସରକାରୀ କାର୍ଯ୍ୟ ଓଡିଆରେ ଲେଖିବାକୁ ନିର୍ଦ୍ଦେଶ, ନଚେତ ନିଆଯିବ କାର୍ଯ୍ୟାନୁଷ୍ଠାନ

38

କନକ ବ୍ୟୁରୋ : ରାଜ୍ୟରେ ଓଡିଆ ଲେଖିବା ବାଧ୍ୟମତାମୂଳକ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ନାମଫଳକ ଓଡିଆ ଭାଷାରେ ଲେଖିବା ଓ ସମସ୍ତ କାମ ଓଡିଆରେ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏକ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ସହ ୧୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି ।

ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଛି ଓଡିଆ ଭାଷା ସଂଶୋଧନ ଆଇନ୍ । ଏହି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଏହି ଗାଇଡଲାଇନ ଜାରି କରିଛି । ସମସ୍ତ ସରକାରୀ କର୍ମଚାରୀ ଏଣିକି ସରକାରୀ କାମ ଓଡିଆରେ ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଏଥିସହ ଓଡିଆ ଭାଷାକୁ ଭଲଭାବେ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କାର ଦିଆ ଯିବା ନେଇ ଆଇନରେ ବ୍ୟବସ୍ଥା କରାଯାଇଛି । ଏପରିକି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବା ଦୋକାନରେ ଏଣିକି ଓଡିଆରେ ନଲେଖିଲେ ଜରିମାନା ଦେବାକୁ ପଡିବ ।