କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟରୁ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ଉତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ୩୦ ହଜାର ୬୮୫ ଜଣ ପରୀକ୍ଷାର୍ଥୀ । ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୬ ହାଜର ୫୬୩ ଏବଂ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ୧ ଲକ୍ଷ ୧୯ ହଜାର ୫୦୫ ଜଣ ପରୀକ୍ଷାର୍ଥୀ ।

Advertisment

ତେବେ ୱେବସାଇଟ୍ www.odisharesults.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ତେବେ କଳାରେ ପାସ୍ ହାର ୮୯.୪୯ ପ୍ରତିଶତ ରହିଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୮୬.୦୨ ପ୍ରତିଶତ ରହିଛି । ଆଉ ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । କିନ୍ତୁ ସବୁଠାରୁ ବଡ଼କଥା ହେଲା ମାର୍କରେ ଅସନ୍ତୁଷ୍ଟ ଥିଲେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।