ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ: ଚଳିତ ବର୍ଷ ପାସ୍ ହାର ୭୭.୯୮ ପ୍ରତିଶତ । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ ୪୧ ଜଣ । ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

Advertisment
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ: ଚଳିତ ବର୍ଷ ପାସ୍ ହାର ୭୭.୯୮ ପ୍ରତିଶତ । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ ୪୧ ଜଣ । ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଦିନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ତେବେ ଚଳିତ ବର୍ଷ ପାସ୍ ହାର ୭୭.୯୮% ରହିଛି। ଗତ ମାର୍ଚ୍ଚ ୫ରୁ ୨୯ ଯାଏଁ ୧୧୦୪ଟି ପରୀକ୍ଷାକେନ୍ଦ୍ରରେ ୩ଲକ୍ଷ ୬୫ ହଜାର ୮୨୬ ଜଣ ପରୀକ୍ଷା ଦେଇଥିଲେ । ଏଥିରୁ ବିଜ୍ଞାନ ବିଭାଗରେ ୯୬ ହଜାର ୧୭୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୩,୨୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯, ୫୬୧ ପିଲା ପାସ୍ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୨୪, ୧୬୪ ପିଲା ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୨୮,୯୬୮ ପିଲା ପାସ୍ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୨.୨୩ % ରହିଥିବା ବେଳେ ଗଜପତିରେ ପାସ୍ ହାର ସର୍ବନିମ୍ନ ୪୩.୪୩% ରହିଛି। ମୋଟ ୪୧ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରେ ୨୮ ଛାତ୍ର ଓ ୧୩ ଛାତ୍ରୀ ଅଛନ୍ତି।ତେବେ ଗତବର୍ଷ ତୁଳନାରେ ପାସ ହାର କମିଛି । ଛାତ୍ରୀଙ୍କ ଅପେକ୍ଷା ଛାତ୍ରଙ୍କ ପାସ୍ ହାର ଅଧିକ ରହିଛି। ମୋଟ ୪୨, ୮୮୬ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୩୨୫ ଜଣ ଛାତ୍ରୀ ପାସ୍ କରିଛନ୍ତି।

କିପରି ପାଇବେ ରେଜଲ୍ଟ

ଛାତ୍ରଛାତ୍ରୀ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସିଏଚ୍ଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଡିଶାରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ପରୀକ୍ଷା ସଂପର୍କିତ ସୂଚନା ଲାଗି ପରିଷଦ ପକ୍ଷରୁ ଏକ ହେଲପ ଲାଇନ ନମ୍ବର ୦୬୭୪ -୨୩୦୨୩୯୨ ଖୋଲାଯାଇଛି । ରେଜଲ୍ଟ ଜାଣିବା ପାଇଁ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଏବଂ ରେଜିଷ୍ଟେସନ ନମ୍ବର ଆବଶ୍ୟକ ରହିଛି । ୱେବସାଇଟରେ ଉଭୟ ନମ୍ବର ଦାଖଲ କଲେ ପରୀକ୍ଷାରର୍ଥୀ ରେଜଲ୍ଟ ଜାଣିପାରିବେ । ଏନେଇ ସୂଚନା ଦେଇଛନ୍ତି ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe