ହଲିଉଡରୁ ଆସିଲା ଦୁଃଖଦ ଖବର । ବିମାନ ଦୁର୍ଘଟଣାରେ ଦୁଇ ଝିଅ, ପାଇଲଟ ସହ ପ୍ରାଣ ହରାଇଲେ ଅଭିନେତା ଖ୍ରୀଷ୍ଟିଆନ ଓଲିଭର

588

କନକ ବ୍ୟୁରୋ : ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ସହ ତାଙ୍କର ଦୁଇ ଝିଅ ଏବଂ ପାଇଲଟଙ୍କ ମୃତ୍ୟୁ ହୋଇଛି । କ୍ରିଷ୍ଟିଆନଙ୍କ ବିମାନ ଉଡାଣ ଭରିବାର କିଛି ସମୟ ପରେ କାରିବେନ ସାଗରରେ ପଡିଯାଇଥିଲା । ଗୋଟିଏ ଇଞ୍ଜିନ ଥିବା ଏକ ଘରୋଇ ବିମାନରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି । ୨୦୦୮ର ଚର୍ଚ୍ଚିତ ଆକ୍ସନ ଏବଂ କମେଡି ଫିଲ୍ମ ‘ସ୍ପିଡ୍ ରେସର’ ଏବଂ ‘ଦ ଗୁଡ ଜର୍ମାନ’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିୟନ କରିଥିଲେ କ୍ରିଷ୍ଟିଆନ ।