କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଙ୍କ ମୃତ୍ୟୁ ଘଟଣା ଉପରୁ ହଟିଲା ପରଦା । ୨ ଜଣଙ୍କୁ ଗିରଫ କଲା ପୋଲିସ ।

305

କନକ ବ୍ୟୁରୋ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇଥିବା ଦାବି କରିଛି ପୋଲିସ । ତୁଷାର ମୃତ୍ୟୁ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଏବଂ କୌଶଳ ପ୍ରଧାନ । ପୋଲିସର କହିବା ଅନୁସାରେ, ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟା ହୋଇଛି । ଦୁଇ ଅଭିଯୁକ୍ତ ପ୍ରେମ ସମ୍ପର୍କକୁ ନେଇ ତୁଷାରଙ୍କୁ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ଗତ ଅଗଷ୍ଟ ୩ ତାରିଖରେ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡଉଭଣୀ ତୁଷାରଙ୍କୁ କଟକ ଇନଡୋର ଷ୍ଟାଡିମୟ ନିକଟକୁ ଡାକିଥିଲେ । ଏଠାରେ ଦୁଇ ଅଭିଯୁକ୍ତଙ୍କ ସହ ମିଶି ନିର୍ଯାତନା ଦେବା ସହ ମାଡ ବି ମାରିଥିଲେ । ଏହାପରେ ନିର୍ଯାତନା ସହିନପାରି ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ତୁଷାର ଅଗଷ୍ଟ ୩ ତାରିଖରେ ମହାନଦୀରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଅଗଷ୍ଟ ୫ ତାରିଖରେ ତୁଷାରଙ୍କ ମୃତଦେହ ଯୋବ୍ରା ବ୍ୟାରେଜରୁ ମିଳିଥିଲା । ତୁଷାରଙ୍କ ପରିବାର ଲୋକେ ଏହା ଏକ ହତ୍ୟା ବୋଲି ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ।