କନକ ବ୍ୟୁରୋ: ଗାର୍ଲଫ୍ରେଣ୍ଡ ଇସାରାରେ ଚାଲିଥିଲା ଅପରାଧର ସାମ୍ରାଜ୍ୟ । ପ୍ରେମିକା ଥିଲା ଅପରାଧୀ ପ୍ରେମିକର ବସ । ଗତ ରବିବାର ଚୌଦ୍ୱାର ପୁଲିସ ଏନକାଉଂଟର କରିଥିବା ଅପରାଧୀ ଜିତୁ ସାହୁ ଓରଫ ଅଜୟ ସାହୁ ପୁଲିସ ଜେରା ବେଳେ ଏପରି ଚାଂଚଲ୍ୟକର ତଥ୍ୟ ପାଇଛି । ଜିତୁର ଅପରାଧୀ ସାମ୍ରାଜ୍ୟ ମୁଖ୍ୟ କାର୍ପେଟଦାର ଥିଲା ତା ଗାର୍ଲଫ୍ରେଣ୍ଡ ଜିନା ଓ ସହଯୋଗୀ ଥିଲେ ମାଆ ଓ ଭଉଣୀ । ପୁଲିସ ପ୍ରେମିକା ସମେତ ଜିତୁର ମାଆ ଓ ଭଉଣୀକୁ ଗିରଫ କରିଛି । ପ୍ରେମିକା ଲୁଟର ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଥିଲା, ଆଉ ତାକୁ କାର୍ଯ୍ୟକାରୀ କରୁଥିଲା ଜିତୁ ।
ଏନକାଉଂଟରରେ ଘାଇଲା ଅପରାଧୀ ଜିତୁର ଅପରାଧ ନେଟୱାର୍କକୁ ତାର ଗାର୍ଲଫ୍ରେଣ୍ଡ ଜିନା ରିମୋଟ କଂଟ୍ରୋଲରେ ପରିଚାଳନା କରୁଥିଲା । କେଉଁଠି, କାହାକୁ କେଉଁ ସମୟରେ ଟାର୍ଗେଟ କରାଯିବ, ଲୁଟ ସାମଗ୍ରୀକୁ କିପରି ଡେଲିଭରି କରାଯିବ ସବୁ ନିଜେ ବୁଝାବୁଝି କରୁଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଅପରାଧ ଦୁନିଆଁରେ ପ୍ରେମିକା ଜିନା, ପ୍ରେମିକ ଜିତୁ ଛଡା ଜିତୁର ମାଆ ଓ ଭଉଣୀ ମଧ୍ୟ ପାର୍ଟନର ଥିଲେ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ ।
ମାଆ ଓ ଭଉଣୀ ମଧ୍ୟ ସକ୍ରିୟ ଭୂମିକା ଥିବା ପୁଲିସ ଡିସିପି କହିଛନ୍ତି । ଭଉଣୀ ଲୁଟ୍ ସାମଗ୍ରୀ ରଖିବା ସହ କେମିତି ଏହାକୁ ହାଟ ବଜାରରେ ବିକ୍ରି କରାଯିବ ସେ ଦାୟିତ୍ବ ସମ୍ଭାଳୁଥିଲା । ଗତ ୧୦ ବର୍ଷ ହେଲା ଏହି ଲୁଟେରା ପରିବାର କଟକ, ଢେଙ୍କାନାଳ, ଆଠଗଡ, ଚୌଦ୍ୱାର, ବଡମ୍ବା, ଭୁବନେଶ୍ୱର, ବାଲିପାଟଣା ଅଂଚଳରେ ଲୁଟପାଟ କରିଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/CUTTACK.jpg)
/kanak/media/post_attachments/wp-content/uploads/2019/10/103-300x204.jpg)
/kanak/media/post_attachments/wp-content/uploads/2019/10/107-300x220.jpg)