କନକ ବ୍ୟୁରୋ : ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅସାମାଜିକ ଯୁବକ । ଏନେଇ କଟକ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାତ୍ରୀ । ଗତକାଲି ବିରୁପା ବ୍ୟାରେଜ ନିକଟ ମାଗୁରା ବୋଟିଂ ପାର୍କରେ ବନ୍ଧୁଙ୍କ ସହ ବୁଲାବୁଲି କରୁଥିଲେ ଡାକ୍ତରୀ ଛାତ୍ରୀ । ଏହି ସମୟରେ କିଛି ଅସାମାଜିକ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ବନ୍ଧୁଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏସସିବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରୀ ଏନେଇ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ।
ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା
/kanak/media/post_attachments/wp-content/uploads/2021/01/6-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)