ପାଠ ପଢାରେ ଥିଲେ ଜିରୋ । ହେଲେ ବଡ ବଡ କଳାକାରଙ୍କୁ ପଢାଇଛନ୍ତି ଅଭିନୟର ପାଠ

197

କନକ ବ୍ୟୁରୋ : ବାପା ମାଙ୍କ ସ୍ୱପ୍ନଥିଲା ପୁଅ ଡାକ୍ତର ହେବ । ହେଲେ ପୁଅ ବନିଗଲେ ଅଭିନେତା । ବଲିଉଡର ଭେଟେରାନ ଅଭିନେତା ଚଙ୍କି ପାଣ୍ଡେଙ୍କ ବାପା ଏବଂ ମା ଡାକ୍ତରଥିଲେ । ଏଣୁ ପୁଅ ମଧ୍ୟ ଡାକ୍ତର ହେଉ ବୋଲି ସେମାନେ ଆଶା ରଖିଥିଲେ । କିନ୍ତୁ ତାଙ୍କର ଅଭିନୟ ପ୍ରତି ପିଲାଟିଦିନରୁ ଥିଲା ଅହେତୁକ ଆଗ୍ରହ । ସେ ପଢ଼ୁଥିବା ସ୍କୁଲରେ ଅନେକ କଳାକାରଙ୍କ ପିଲାମାନେ ପାଠ ପଢ଼ୁଥିଲେ । ଏଣୁ ପିଲାଟି ଦିନରୁ ସେ କଳାକାରଙ୍କ ଛୁଆଙ୍କଠାରୁ ସେମାନଙ୍କ ବାପା ମାଙ୍କ କଥା ଶୁଣୁଥିଲେ । ଆଉ ଅଭିନୟ ଜଗତରେ ପାଦ ଥାପିବା ନେଇ ମନେ ମନେ ଭାବି ନେଇଥିଲେ । ତେବେ ଏକଥା ତାଙ୍କ ବାପା ମାଙ୍କୁ ଜଣାଇବା ପରେ ସେମାନେ କହିଥିଲେ କି, ପ୍ରଥମେ ଅଭିନୟ କଣ ଜାଣେ ଆଉ ପାଠ ପଢ଼େ ।

ଏହାପରେ ସେ ଡେଜି ଇରାନୀ ଆକ୍ଟିଂ ସ୍କୁଲରେ ପାଠ ପଢ଼ିଥିଲେ । ଅଭିନୟର ଏ,ବି,ସି.ଡି ସେ ଏହିଠାରେ ହିଁ ପଢ଼ିଥିଲେ । ଆଉ ଏଠାରେ ମଧ୍ୟ ସେ ପାଠ ପଢ଼ାଇଥିଲେ । ସଲମାନ ଖାନ, ଅକ୍ଷୟ କୁମାରଙ୍କ ଭଳି ବଡ଼ ବଡ଼ ଷ୍ଟାରମାନେ ଏଠାରେ ମଧ୍ୟ ଚଙ୍କିଙ୍କଠାରୁ ପାଠ ପଢ଼ିଛନ୍ତି । ୧୯୮୭ରେ ‘ଆଗ ହି ଆଗ’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଚଙ୍କି । ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ତାଙ୍କୁ ମିଳିଥିଲା । ଦର୍ଶକଙ୍କ ହୃଦୟରେ ସେ ଏଭଳି ସ୍ଥାନ ଅଧିକାର କରିଥିଲେ । ଏହାରେ ଗୋବିନ୍ଦାଙ୍କ ନଜର ଆସିଥିବା ଫିଲ୍ମ ‘ଆଖେଁ’ ତାଙ୍କୁ ଦେଇଥିଲା ଅପୂର୍ବ ସଫଳତା    । ରାତାରାତି ଘରେ ଘରେ ପରିଚିତ ମଧ୍ୟ ହୋଇଥିଲେ ।

 ସବୁଠାରୁ ବଡ଼ କଥା ହେଉଛି କି, ଏହି ଫିଲ୍ମର ସଫଳତା ପରେ ଚଙ୍କିଙ୍କ ମନରେ ଗର୍ବ ଭରିଯାଇଥିଲା । ଆଉ ସେ ଫିଲ୍ମ ଚୟନ କରିବା ଆରମ୍ଭ କରିଦେଇଥିଲେ । ମନରେ ମଧ୍ୟ ଏଭଳି ଭାବନାଥିଲା କି, ଯେଉଁ ଫିଲ୍ମରେ ୨ରୁ ୩ଜଣ ହିରୋଥିବେ ସେହି ଫିଲ୍ମରେ ଅଭିନୟ କରିବେ । ଆଉ ଫିଲ୍ମ ଫ୍ଲପ ହେଲେ ତାଙ୍କ ଉପରେ କିଛି ଦୋଷ ଯିବନାହିଁ । ଯାହାକି ତାଙ୍କୁ ବୁଡ଼ାଇ ଦେଇଥିଲା । ଆଉ ଧିରେ ଧିରେ ବଲିଉଡରେ ମଧ୍ୟ ତାଙ୍କୁ ଅଫର ମିଳିବା କମିଯାଇଥିଲା । ଶେଷରେ ବାଲାଂଦେଶରେ ଯାଇ ଅଭିନୟ ଆରମ୍ଭ କରିଥିଲେ । ଆଉ ସେଠାରେ ମଧ୍ୟ ସଫଳ ହୋଇଥିଲେ । ପରେ ୨୦୦୩ରେ କୟାମତ ଫିଲ୍ମ ଜରିଆରେ ପୁଣି ବଲିଉଡକୁ ଫେରିଥିଲେ । ଆଉ ଏବେ ମଧ୍ୟ ନିଜର ଅଭିନୟ ଜାରି ରଖିଛନ୍ତି ।