କନକ ବ୍ୟୁରୋ: ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ନିଆରା ପରମ୍ପରା । ବର୍ଷାରେ ଭିଜି ଶଗଡ଼ରେ ଆସିଲେ ମା ବ୍ୟାଘ୍ର-ଦେବୀ । ମାଆଙ୍କୁ ପାଛୋଟି ଆଣିଲେ ଯାତ୍ରା କମିଟି । ପୂର୍ବ କାଳରେ ଝିଅ ବାହାହୋଇ ବାପାଘରୁ ଶାଶୁ ଘରକୁ ଆସିଲେ ଶଗଡ଼ରେ ଆସୁଥିଲେ । ସେହି ପରିମ୍ପରା ଅନୁସାରେ ମାଆ ବ୍ୟାଘ୍ର-ଦେବୀଙ୍କୁ ମଧ୍ୟ ଏକ ସୁସଜ୍ଜିତ ଶଗଡ଼ରେ ବାପ ଘରକୁ ଅଣାଯାଇଥାଏ । ଶଗଡ଼ ପରମ୍ପରା ହିଁ ସୂଚାଉଛି ଭଂଜନଗର ଏହି ଯାତ୍ରା ବେଶ ପୁରାତନ । ମା’ଙ୍କ ଏହି ଯାତ୍ରା ପାଇଁ ୧ ମାସ ପୂର୍ବରୁ କମିଟି ପକ୍ଷରୁ ଶଗଡ଼ ତିଆରି କରାଯାଏ । ଶଗଡ଼ ପାଇଁ ଅଖ, ଚକ, ଜୁଆଳି ଓ ଫଳିର ଆବଶ୍ୟକତା ଥିବାରୁ ସେସବୁ ତିଆରି କରନ୍ତି କାରିଗର ।

Advertisment

ଶଗଡ ଼ପ୍ରସ୍ତୁତ ହେବାପରେ ସେଥିରେ ରଙ୍ଗ ଦିଆଯାଏ । ଏହାପରେ ତାକୁ ରଙ୍ଗିନ୍ କପଡ଼ାରେ ସୁସଜିତ କରି ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତ କରି ରଖାଯାଏ । ଏହା ପରେ ଶଗଡ଼ ବଳଦରେ ଭଞ୍ଜନଗର ପୀଠ ପର୍ଯ୍ୟନ୍ତ ମା’ଙ୍କୁ ବିରାଟ ପଟୁଆରରେ ଅଣାଯାଏ । ମା’ ଆସୁଥିବା ରାସ୍ତାରେ ନୂଆ ଲୁଗା ବିଛାଯାଇଥାଏ । ପାରମ୍ପରିକ ବାଜା ବଜାଇ ମା’ଙ୍କୁ ସ୍ୱାଗତ କରିଥାଆନ୍ତି ଶ୍ରଦ୍ଧାଳୁ ।

କିମ୍ବଦନ୍ତୀ ଅନୁସାରେ ଏକଦା ଶଗଡ଼କୁ ବନ୍ଦ କରି ଖୋଲା ଗାଡ଼ିରେ ମା’ଙ୍କୁ ନେବାର ପ୍ରୟାସ କରାଯାଇଥିଲା । ହେଲେ ଗାଡ଼ିରେ ମାଙ୍କୁ ବସାଇ କିଛି ବାଟ ଆଣିବା ପରେ ଗାଡ଼ିର ଚକା ଗୁଡ଼ିକ ଫାଟିଯାଇଥିଲା । ସେବେଠାରୁ ଆଉ ଶଗଡ଼ ପରମ୍ପରାକୁ ବଦଳାଇବାକୁ ଚେଷ୍ଟା କରାଯାଇନାହିଁ ।