ସାଉଦି ଆରବରେ ହଟହଟା ହେଲେ ପାକ୍ ପ୍ରଧାନମନ୍ତ୍ରୀ: ମସଜିଦରେ ପ୍ରବେଶ ବେଳେ ଚୋର ଚୋର କହି ସମ୍ବୋଧନ କଲେ ଶ୍ରଦ୍ଧାଳୁ

297

କନକ ବ୍ୟୁରୋ: ସାଉଦି ଆରବରେ ହଟହଟା ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ସାଉଦିର ମଦୀନାରେ ଥିବା ମସଜିଦ-ଏ-ନୱାବରେ ପ୍ରବେଶ କରୁ କରୁ ସେଠାରେ ଉପସ୍ଥିତି ଥିବା ଶହ ଶହ ଶ୍ରଦ୍ଧାଳୁ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ମାତ୍ରକେ ଚୋର ଚୋର କରି ଜୋର ନାରା ଦେଇଥିଲେ । ଘଟଣା ସମୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସାଉଦି ଗସ୍ତ କରିଛନ୍ତି ଶେହେବାଜ୍ । ଏବଂ ଏହି ସମୟରେ ତାଙ୍କୁ କଡା ବିରୋଧର ସାମ୍ନା କରିବାକୁ ପଡିଛି । ଶେହେବାଜଙ୍କ ସହ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏବଂ ପାକିସ୍ତାନ କ୍ୟାବିନେଟର ବରିଷ୍ଠ ନେତା ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ ଘଟଣା ପାଇଁ ଔରଙ୍ଗଜେବ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି । ସେପଟେ ଘଟଣାର ସମ୍ପୂଣ୍ଣ ଭିଡିଓ ସୋସଆଲ ମିଡିଆରେ ଘୁରି ବୁଲୁଛି ।