ଅଷ୍ଟମ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ଫିନାଲେ ।

71

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଅଷ୍ଟମ ଦିନ । ଅଷ୍ଟମ ଦିନରେ ହାଇଟେକ ମେଡିକାଲ୍ କଲେଜର ପ୍ରାୟ ୬୦ ଜଣ ପ୍ରତିଯୋଗି ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଏବଂ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାକୁ ହାଇଟେକ ଗ୍ରୁଫର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଡଃ ତିରୁପତି ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ ।

ଏହି ପ୍ରତିଯୋଗିତାର ବିଚାରକ ଥିଲେ ଆନ୍ତର୍ଜାତୀୟ ଓଡିଶା ନୃତ୍ୟଶିଳ୍ପୀ ତଥା ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଚିତରଞ୍ଜନ ସାହାଣି । ପ୍ରତୀଯୋଗିତାରେ ଦିବ୍ୟା ଭାରତୀ, ଶୁଭଦର୍ଶିନୀ ଓ ଶୁଶ୍ରୀ ମୋନାଲିସାଙ୍କୁ ଫାଇନାଲିଷ୍ଟ ଘୋଷଣା କରାଯାଇ ଟେକ୍ନୋ ଏବଂ ଓରାଇମା ତରଫରୁ ଉପହାର ପ୍ରଦାନ କରାଯାଇଥିଲା । ଏତତ୍ ବ୍ୟତୀତ ରାପିଡୋ ବାଇକ ଟ୍ୟାକ୍ସି ତରଫରୁ ୫ଜଣ ପ୍ରତିଯୋଗିଙ୍କୁ ହେଲମେଟ ପ୍ରଦାନ କରାଯାଇଥିଲା ।

ଏହି ଇଭେଣ୍ଟରେ ପ୍ରଯୋଜକ ଥିଲେ ଅମୃତ ୱାଟର , ଟେକ୍ନୋ ମୋବାଇଲ୍ସ, ଓରାଇମୋ, ଏଲଆଇସି, ଲକ୍ଷ୍ମୀ ମୋବାଇଲ, ରାପିଡୋ ବାଇକ ଟ୍ୟାକ୍ସି, ଏସବିଆଇ, ସଫଲ ହ୍ୱାଟ୍ସ କୁକୁଙ୍ଗ ଓ ମିଡିଆ ପାର୍ଟନ ସମ୍ବାଦ, କନକ ନ୍ୟୁଜ, ଓଡିଶା ସନଟାଇମ୍ସ ଓ ଆଉଟଡୋର ପାର୍ଟନର ହିନ୍ଦୁସ୍ତାନ ଆର୍ଡଭଟାଇଜିଙ୍ଗ ଏଜେନ୍ସି । ତେବେ ଖୁବ ଶିଘ୍ର ଚକଲେଟ ଅଲରାଉଣ୍ଡର ଫିନାଲେ ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ ତରଫରୁ ସୂଚନା ମିଳିଛି ।