ବାରମ୍ବାର “ଚୌକିଦାର ଚୋର ହେ” କହି ଅଡୁଆରେ ପଡିଲେ କଂଗ୍ରେସ ଅଧ୍ୟକ୍ଷ ! ଚୌକିଦାର ସଂଘ ରାହୁଲଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ପାଇଁ କହିଲେ ।

719

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବାରମ୍ବାର “ଚୌକିଦାର ଚୋର ଅଟେ” କହିବା ତାଙ୍କ ପାଇଁ ସଙ୍କଟକୁ ଡାକିଆଣିଛି । କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଏହି କଥା କହୁଥିଲେ ହେଁ ଏଥିରେ ଚୌକିଦାର ସଂଘଙ୍କ ଭାବାତ୍ମକ ଆବେଗ ଆହତ ହୋଇଛି । ମୁମ୍ବାଇରେ ସୁରକ୍ଷା ଗାର୍ଡ ସଂଘ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ କରିବା ପାଇଁ କହିଛନ୍ତି ।

ସୁରକ୍ଷା ଗାର୍ଡ ସଂଘ ସଦସ୍ୟଙ୍କ କହିବାନୁସାରେ ରାଫେଲ୍ ବିଷୟ ଉପରେ କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କ ଉପରେ ଘୋଟାଲାର ଅଭିଯୋଗ ଲଗାଇ ଏଭଳି କହୁଥିଲେ ହେଁ ଏଥିରେ ସେ ସୁରକ୍ଷାଗାର୍ଡଙ୍କୁ ଅପମାନ କରୁଛନ୍ତି । ନିକଟରେ ଏମଏମଆରଡିଏ ଗ୍ରାଉଣ୍ଡରେ ହୋଇଥିବା କଂଗ୍ରେସ ରାଲିରେ ସେ “ଚୌକିଦାର ଚୋର ହେ” କହିଥିଲେ । ତେବେ ସଂଘର ଅଧ୍ୟକ୍ଷ କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଅଭିଯୋଗ କରିବା ପାଇଁ ଏବେ କହିଛନ୍ତି । ମହାରାଷ୍ଟ୍ର ରାଜ୍ୟ ସୁରକ୍ଷା ରକ୍ଷକ ସଂଘ ତରଫରୁ ବାନ୍ଦ୍ରା-କୁର୍ଲା କମ୍ପଲେକ୍ସ ଥାନାରେ ଅଭିଯୋଗ ହେବା କଥା ସଂଘ ଅଧ୍ୟକ୍ଷ କହିଛନ୍ତି । ସେ ରାହୁଲଙ୍କ ବିପକ୍ଷରେ ଥାନାରେ ଅଭିଯୋଗ କରିବା ପାଇଁ କହିଛନ୍ତି ।