ବାର୍ଷିକ ଶିକ୍ଷାସ୍ତର ରିପୋର୍ଟରେ ଜଣାପଡିଲା ଗ୍ରାମାଂଚଳ ପିଲାଙ୍କ ପସନ୍ଦ: ସବୁଠୁ ଅଧିକ ପସନ୍ଦ, ପୁଲିସ, ଶିକ୍ଷକ, ଡାକ୍ତର, ସୈନିକ ଚାକିରି

277

କନକ ବ୍ୟୁରୋ: କେଉଁ ଚାକିରି ପାଇଁ ଆଗ୍ରହୀ ଗ୍ରାମାଂଚଳର ଯୁବକ ଯୁବତୀ । ପୋଲିସ କିମ୍ବା ସେନା ବିଭାଗରେ ନିଯୁକ୍ତି ପାଇଁ ପୁଅମାନେ ଇଛା ପ୍ରକାଶ କରୁଥିବା ବେଳେ ଶିକ୍ଷକ ଓ ଡାକ୍ତର ହେବା ଲକ୍ଷ୍ୟରେ ପାଠ ପଢୁୁଛନ୍ତି ଝିଅ । ଅସର ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ କହୁଛି, ପୁଲିସ ଚାକିରି କରିବା ପାଇଁ ଉଭୟ ପୁଅ ଓ ଝିଅମାନେ ଆଗ୍ରହୀ ରହୁଛନ୍ତି ।

ଗାଁ ପିଲାଙ୍କ
ଚାକିରି ପସନ୍ଦ
ପୋଲିସ
ଶିକ୍ଷକ
ଡାକ୍ତର
ସୈନିକ
ଇଞ୍ଜିନିୟର
ଗାଁ ପିଲାଙ୍କ ସବୁଠୁ ଅଧିକ ପସନ୍ଦ- ପୋଲିସ, ଶିକ୍ଷକ, ଡାକ୍ତର, ସୈନିକ କିମ୍ବା ଇଞ୍ଜିନିୟର ଚାକିରି । ବାର୍ଷିକ ଶିକ୍ଷାସ୍ତର ରିପୋର୍ଟ ବା ‘ଅସର’ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶର ୨୬ ରାଜ୍ୟରୁ ୨୮ ଜିଲ୍ଲାରେ ୧୪ରୁ ୧୮ ବର୍ଷର ପିଲାଙ୍କୁ ନେଇ ଏହି ସର୍ଭେ କରାଯାଇଛି । ବଡକଥା ହେଉଛି ପୁଅଙ୍କ ଭିତରେ ସବୁଠୁ ଅଧିକ ପସନ୍ଦ ପୋଲିସ କିମ୍ବା ସେନାରେ ଯୋଗଦାନ ।

ପୁଅଙ୍କ ପସନ୍ଦ
ସେନା ଚାକିରି- ୧୩.୮%
ପୋଲିସ ଚାକିରି- ୧୩.୬%
କିନ୍ତୁ ଝିଅଙ୍କ କ୍ଷେତ୍ରରେ ଚାକିରି ପସନ୍ଦ ସାମାନ୍ୟ ଭିନ୍ନ ରହିଛି ।
ଝିଅଙ୍କ ପସନ୍ଦ
ଶିକ୍ଷକ ଚାକିରି- ୧୬%
ଡାକ୍ତର ଚାକିରି- ୧୪.୮%

ପୋଲିସ ଚାକିରି କରିବାକୁ କିନ୍ତୁ ଉଭୟ ପୁଅ ଓ ଝିଅ ପସନ୍ଦ କରୁଛନ୍ତି । ଦେଶରେ ୧୪ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରୁ ପ୍ରାୟ ୧୩ ପ୍ରତିଶତ ପୋଲିସ ଚାକିରି କରିବାକୁ ଆଗ୍ରହ ରଖିଛନ୍ତି ।
ତେବେ ୨୦୧୭ ମସିହାରୁ ଦେଶରେ ଗୋଟିଏ ଧାରା ଦେଖିବାକୁ ମିଳୁଛି । ସେନା, ପୋଲିସ ଓ ଇଞ୍ଜିନିୟର ହେବାକୁ ଅଧିକାଂଶ ପୁଅ ଇଚ୍ଛା କରୁଥିବାବେଳେ ଝିଅମାନେ ଡାକ୍ତର କିମ୍ବା ଶିକ୍ଷକ ଚାକିରି କରିବାକୁ ଅଧିକ ଆଗ୍ରାହୀ । ଗତ ୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଉଭୟ ପୁଅ ଓ ଝିଅଙ୍କ ତୃତୀୟ ପସନ୍ଦ ପାଲଟିଛି ପୋଲିସ ଚାକିରି । ଝିଅଙ୍କ କ୍ଷେତ୍ରରେ ନର୍ସ ଚାକିରି ଚତୁର୍ଥ ସ୍ଥାନକୁ ଖସି ଯାଇଛି ।

ସର୍ଭେରୁ ଗୋଟିଏ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ସର୍ବାଧିକ ୨୧ ପ୍ରତିଶତ ପିଲା ପାଠସାଠ ଶେଷ କରିବା ପରେ କି ଚାକିରି କରିବେ ତାହା କହିପାରି ନାହାନ୍ତି । ଆହୁରି ଚିନ୍ତାର ବିଷୟ ହେଉଛି ୨.୧ ପ୍ରତିଶତ ପିଲା କୌଣସି କାମ କରିବାକୁ ଆଗ୍ରହୀ ନୁହନ୍ତି ବୋଲି ମତ ଦେଇଛନ୍ତି ।