ଚକଲେଟ୍ କୁ ଲାଗିଲା ଗ୍ଲୋବାଲ୍ ୱାର୍ମିଙ୍ଗର ନଜର ! କ’ଣ ସତରେ ୪୦ ବର୍ଷ ପରେ ଆପଣ ଖାଇପାରିବେନି ଚକଲେଟ୍ ? 

385

ଭାରତରେ ୧୦ ବର୍ଷ ଧରି ଚକଲେଟ୍ ର ବ୍ୟବସାୟ ଖୁବ୍ ଭଲ ଚାଲିଛି । ୨୦୦୨ ରେ ଯେଉଁଠି ୧.୬୪ ଲକ୍ଷ ଟନ୍ ଚକଲେଟ୍ ରେ ଲାଭ ହୋଇଥିଲା । ୨୦୧୩ ରେ ଏହା ବଢି ୨.୨୮ ଲକ୍ଷ ଟନ୍ କୁ ଯାଇ ପହଂଚିଛି । ଭାରତରେ ଚକଲେଟ୍ ର ଚାହିଦା ୧୩ ପ୍ରତିଶତ ବଢିଛି । ଯଦି ଆପଣ ମଧ୍ୟ ଚକଲେଟ୍ ଖାଇବାକୁ ଖୁବ୍ ପସନ୍ଦ କରନ୍ତି ତେବେ ଆପଣଙ୍କୁ ଏହି ଖବର ଏକ ଝଟକା ଭଳି ଲାଗିପାରେ ।

ଦୁନିଆରେ ଯେଭଳି ଭାବରେ ଗ୍ଲୋବାଲ୍ ୱାର୍ମିଙ୍ଗ ବଢିବାକୁ ଲାଗିଛି ସେହି ହିସାବରେ ଚକଲେଟ୍ ମଧ୍ୟ ଶେଷ ହେବାର ଆଶଙ୍କା ବଢି ବଢି ଯାଉଛି । ୟୁଏସ୍ ନ୍ୟାସନାଲ୍ ଓସିଏନିକ୍ ଆଣ୍ଡ୍ ଆଟମୋସଫେୟାରିଙ୍ଗ୍ ଆଡମିନିଷ୍ଟ୍ରେସନ୍ ରିପୋର୍ଟ ମୁତାବକ ଆଗାମୀ ୪୦ ବର୍ଷ ମଧ୍ୟରେ ଦୁନିଆରେ ଚକଲେଟ୍ ର ଅସ୍ତିତ୍ୱ ନଥିବ । ଚକଲେଟ୍ ର ମୁଖ୍ୟ ସ୍ତୋତ୍ର କୋକୋ ହେବା ପାଇଁ ତାପମାନ ୨୦ ଡିଗ୍ରୀରୁ କମ୍ ହେବା ଆବଶ୍ୟକ । କିନ୍ତୁ ତାପମାତ୍ରା ଅଧିକ ରହୁଥିବାରୁ ଚକଲେଟ୍ ଉତ୍ପାଦନରେ ଏହା ବିପଦ ସୃଷ୍ଟି କରିବ ।

ସାଧାରଣ ଠାରୁ ଅଧିକ ହେବ ତାପମାତ୍ରା : ଆମେରିକା ରିପୋର୍ଟ ମୁତାବକ , ବଢୁଥିବା ଜନସଂଖ୍ୟା, ପ୍ରଦୂଷଣ ଏବଂ ବଦଳୁଥିବା ଭୌଗୋଳିକ ସମୀକରଣ କାରଣରୁ ତାପମାନ ବଢିବାକୁ ଲାଗୁଛି । ରିପୋର୍ଟରେ କୁହାଯାଉଛି ଯେ ଆଗାମୀ ୩୦ ବର୍ଷ ଭିତରେ ତାପମାନ ୨.୧ ଡିଗ୍ରୀ ସେଲସିୟସ୍ ବଢିବ । ଯାହାର ପ୍ରଭାବ କୋକୋ ପ୍ଲାଣ୍ଟ୍ ତଥା ଚକଲେଟ୍ ପ୍ରସ୍ତୁତ କରୁଥିବା ଗଛ ଉପରେ ପଡିବ ।

୯୦ % ପୁରୁଣା ଉପାୟରେ ପ୍ରସ୍ତୁତ କରାଯାଏ କୋକୋ : 

ବିଶେଷଜ୍ଞଙ୍କ ମତରେ ଦୁନିଆରେ ଆଜି ବି କୋକୋର ଉତ୍ପାଦନ ୯୦ ପ୍ରତିଶତ ପାରମ୍ପରିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଏ । ଯାହା ଆଜି ଋତୁ ପରିବର୍ତ୍ତନ କାରଣରୁ ଖୁବ୍ ପ୍ରଭାବିତ ହୋଇଛି । ଏହି କାରଣରୁ ଉତ୍ପାଦନ ବି କମ୍ ହେଉଛି । ଯଦି ଏଭଳି ଅବସ୍ଥା ଲାଗିରହିବ ତେବେ କୋକୋ ଉତ୍ପାଦନ ଠପ୍ ହୋଇଯିବ ଏବଂ ଚକଲେଟ୍ ର ଅସ୍ତିତ୍ୱ ରହିବ ନାହିଁ । ମାତ୍ର ୪୦ ବର୍ଷ ସମୟ ମଧ୍ୟରେ ଚକଲେଟ୍ ଖାଇବା କେବଳ ସ୍ୱପ୍ନ ହୋଇ ରହିଯିିବ ।