ଚର୍ଚ୍ଚାରେ ଚିତ୍ରକୋଣ୍ଡା ରାଜନୀତି । ଦାଦା ବିରୋଧରେ ଝିଆରୀ ପ୍ରାର୍ଥୀ । ବଡ ପ୍ରଶ୍ନ, କାହା ମୁଣ୍ଡରେ ସୁନାକଳସ ଢାଳିବେ ଭୋଟର?

ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ବାକା, କଂଗ୍ରେସରୁ ଲଢୁଛନ୍ତି ଲକ୍ଷ୍ମୀପ୍ରିୟା ନାୟକ

166

କନକ ବ୍ୟୁରୋ: ଚିତ୍ରକୋଣ୍ଡା, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିମେଳା (ବି), ମାଥିଲି ବ୍ଳକ, କୁଡୁମୁଲୁଗୁମ୍ମା ବ୍ଳକ, ଖଇରପୁଟ ବ୍ଳକ ଓ କୋରୁକୁଣ୍ଡା ବ୍ଳକର କିଛି ଅଂଶ ।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡମ୍ବରୁ ଶିଶାଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁନାଧର କାକାରିଙ୍କ ଠାରୁ ୨୪୭୩୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମମତା ମାଢ଼ୀ, ବିଜୁ ଜନତା ଦଳ ପ୍ରାର୍ଥୀ ଡମ୍ବରୁ ଶିଶାଙ୍କଠାରୁ ୨୬୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୨ ହଜାର ୬୯୫
– ମତ ଦେଇଥିଲେ – ୧ ଲକ୍ଷ ୧୩ ହଜାର ୪୧୪
– ଭୋଟଦାନ ହାର – ୬୯.୭୧ %

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଡମ୍ବୁରୁ ଶିଶା ବିଜେଡି ୪୮,୦୦୦ ୪୨.୩୨% ବିଜୟୀ
ସୁନାଧର କାକରି କଂଗ୍ରେସ ୨୩,୨୭୦ ୨୦.୫୨% ପରାସ୍ତ
ଶରତ ଚନ୍ଦ୍ର ବୁରୁଡା ବିଜେପି ୧୭,୫୭୮ ୧୫.୫% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ଡମ୍ବୁରୁ ଶିଶା
ଦଳ – ବିଜେଡି
ଭୋଟ – ୪୮,୦୦୦
ପ୍ରତିଶତ – ୪୨.୩୨%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ଶରତ ଚନ୍ଦ୍ର ବୁରୁଡା
ଦଳ – ବିଜେପି
ଭୋଟ – ୧୭,୫୭୮
ପ୍ରତିଶତ – ୧୫.୫%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ସୁନାଧର କାକରି
ଦଳ – କଂଗ୍ରେସ
ଭୋଟ – ୨୩,୨୭୦
ପ୍ରତିଶତ – ୨୦.୫୨%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡି ପ୍ରାର୍ଥୀ ଡମ୍ବରୁ ଶିଶା ବିଜୟୀ ହୋଇଥିଲେ
– ୪୮ ହଜାର ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସୁନାଧର କାକରିଙ୍କୁ ପରାସ୍ତ କରିଥିଲେ
– ୨୪ହଜାର ୭୩୦ଖଣ୍ଡ ଭୋଟ୍ରେ ବିଜୟୀ ହୋଇଥିଲେ
– ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୯ ହଜାର ୮୧୩
– ମତ ଦେଇଥିଲେ – ୮୧ ହଜାର ୯୦୫
– ଭୋଟଦାନ ହାର –

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଡମ୍ବରୁ ଶିଶା ବିଜେଡି ୨୨,୫୬୨ ୨୭.୫୫% ପରାସ୍ତ
ମମତା ମାଢ଼ି କଂଗ୍ରେସ ୨୨,୮୨୨ ୨୭.୮୬% ବିଜୟୀ
ଶୁକ୍ର ମୁଦୁଲି ବିଜେପି ୧୧,୮୭୪ ୧୪.୫୦% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଡମ୍ବରୁ ଶିଶା
ଦଳ – ବିଜେଡି
ଭୋଟ – ୨୨,୫୬୨
ପ୍ରତିଶତ – ୨୭.୫୫%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଶୁକ୍ର ମୁଦୁଲି
ଦଳ – ବିଜେପି
ଭୋଟ – ୧୧,୮୭୪
ପ୍ରତିଶତ – ୧୪.୫୦%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ମମତା ମାଢ଼ି
ଦଳ – କଂଗ୍ରେସ
ଭୋଟ – ୨୨,୮୨୨
ପ୍ରତିଶତ – ୨୭.୮୬%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?

– କଂଗ୍ରେସ ପ୍ରାର୍ଥୀ ମମତା ମାଢି ବିଜୟୀ ହୋଇଥିଲେ
– ୨୨ ହଜାର ୫୬୨ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ଡମ୍ବୁରୁ ଶୀଶାଙ୍କୁ ପରାସ୍ତ କରିଥିଲେ
– ମାତ୍ ୨୬୦ ଭୋଟରେ ବିଜୟୀ ହୋଇଥିଲେ
– ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

– ବିଜେଡି ୨୦୦୯ର ପ୍ରାର୍ଥୀଙ୍କ ଉପରେ ପୁଣି ଥରେ ଭରଷା କରିଥିଲା ।
– କଂଗ୍ରେସ ଓ ବିଜେପି ୨୦୦୯ର ପ୍ରାର୍ଥୀଙ୍କୁ ୨୦୧୪ରେ ପରିବର୍ତନ କରିଥିଲେ ।
– ୨୦୦୯ ବିଧାୟିକା ମମତା ମାଢିଙ୍କ ସ୍ଥାନରେ ସୁନାଧର କାକରିଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
– ବିଜେଡି ହାୱା ଓ ବଣ୍ଡା ସମ୍ପ୍ରଦାୟର ଯୁବକ ଯୋଗୁଁ ୨୦୧୪ରେ ବିଜେଡି ପ୍ରାର୍ଥୀ ଡମ୍ବରୁ ଶୀଶା ବିଜୟୀ ହୋଇଥିଲେ ।

୨୦୧୯ର ଲଢେଇ

ବିଜେଡି: ପୂର୍ଣ୍ଣଚନ୍ଦ୍ର ବାକା
କଂଗ୍ରେସ: ଲଷ୍ମୀପ୍ରିୟା ନାୟକ
ବିଜେପି: ପଦୁ ମାଝୀ

୨୦୧୯–ବିଜେଡି: ପୂର୍ଣ୍ଣଚନ୍ଦ୍ର ବାକା

– ୪୦ ବର୍ଷ ଚାକିରି ପରେ ରାଜନୀତି
– ଜିଲ୍ଲାପାଳଙ୍କ ଅଫିସରେ ବରିଷ୍ଠ କିରାଣୀ ଥିଲେ
– ଟିକେଟ୍ ବଂଟନ ପୂର୍ବରୁ ବିଜେଡିରେ ମିଶିଥିଲେ
– ବିଧାୟକ ଡମ୍ବୁରୁ ଶୀସାଙ୍କ ସ୍ଥାନରେ ଟିକେଟ୍ ମିଳିଛି

୨୦୧୯–କଂଗ୍ରେସ: ଲଷ୍ମୀପ୍ରିୟା ନାୟକ

– ୧୫ ବର୍ଷ ହେଲା କଂଗ୍ରେସର ସକ୍ରିୟ ସଦସ୍ୟ
– ମାଥିଲି ବ୍ଳକ୍ ଅଧ୍ୟକ୍ଷ
– ବିଜେଡିର ଚିତ୍ରକୋଣ୍ଡା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଝିଆରୀ

୨୦୧୯—ବିଜେପି: ପଦୁ ମାଝୀ

– ସ୍ୱାଭିମାନ ଅଂଚଳର ପଣସପୁଟରେ ସେଲ୍ସମ୍ୟାନ୍ ଥିଲେ
– ସ୍ଥାନୀୟ ଅଂଚଳରେ ପରିଚିତ ଚେହେରା
– ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ

– ଲଷ୍ମୀପ୍ରିୟା ନାୟକ (କଂଗ୍ରେସ)

ନିର୍ବାଚନ ମଣ୍ଡଳୀ ତଥ୍ୟ

– ବାଲିମେଳା ଏନ୍ଏସି, ମାଥିଲି ବ୍ଲକ୍, ଖଇରପୁଟ ବ୍ଲକ୍, ଚିତ୍ରକୋଣ୍ଡା ବ୍ଲକ୍, କୋରକୁଣ୍ଡା ବ୍ଲକର ୧୫ଟି ପଂଚାୟତକୁ ନେଇ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଗଠିତ
– ମାଥିଲି ବ୍ଳକ୍ କଂଗ୍ରେସ ହାତରେ ରହିଛି
– ଖଇରପୁଟ ବ୍ଳକ୍ ବିଜେଡି ଦଖଲରେ ରହିଛି
– କୋରକୁଣ୍ଡା ବିଜେପି କବଜାରେ ରହିଛି
– ବାଲିମେଳା ଏନ୍ଏସି ବିଜେଡି ଦଖଲରେ ରହିଛି
– ଚିତ୍ରକୋଣ୍ଡାରେ ନିର୍ବାଚନ ହୋଇନାହିଁ

ମୁହାଁମୁହିଁ ପ୍ରାର୍ଥୀ

– ଚିତ୍ରକୋଣ୍ଡା ମୈଦାନରେ ୩ ଦଳର ନୂଆ ପ୍ରାର୍ଥୀ
– ୨୦୧୪ ବିଧାୟକ ଡମ୍ବରୁ ଶୀସାଙ୍କ ସ୍ଥାନରେ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ପ୍ରାର୍ଥୀ କରିଛି ବିଜେଡି
– କଂଗ୍ରେସ ପ୍ରାର୍ଥୀ ଲଷ୍ମୀପ୍ରିୟା ନାୟକ ବ୍ଳକ୍ ଅଧ୍ୟକ୍ଷ ଥିଲେ
– ପୂର୍ଣ୍ଣଚନ୍ଦ୍ର ନାୟକ-ଲଷ୍ମୀପ୍ରିୟା ନାୟକ—- ଦାଦା-ଝିଆରୀ ଲଢେଇ
– ବିଜେପି ପ୍ରାର୍ଥୀ ପଦ୍ମ ମାଝୀ , ସେଲସମ୍ୟାନରୁ ରାଜନୀତିକୁ ଆସିଛନ୍ତି

ଚିତ୍ରକୋଣ୍ଡା ବିଧାନସଭା ଆସନ

– ଅନୁସୂଚିତ ଜନଜାତି (ଏସଟି) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ଗଙ୍ଗାଧର ମାଢି ୪ ଥର ବିଧାୟକ ଥିଲେ
– ପ୍ରହ୍ଲାଦ ଦୋରା ୨ ଥର ଜନତା ଦଳରୁ ଏବଂ ୨୦୦୪ରେ ବିଜେପିରୁ ବିଧାୟକ ଥିଲେ
– ବିଜେଡି ଅମଳରେ ଗୁରୁପ୍ରିୟା ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି