କନକ ବ୍ୟୁରୋ : ଆଗରେ ଗଞ୍ଜେଇ ବୋଝେଇ ପିକଅପ୍ ଗାଡ଼ି । ପଛରେ ପୋଲିସ । ଅନ୍ଧାର ରାତିରେ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିଲା ପୋଲିସ । ଆଉ ଏହି ସମୟରେ ପୋଲିସ ଗାଡ଼ିର ଗତିକୁ ରୋକିବା ପାଇଁ ଚଳନ୍ତା ପିକଅପ୍ ଭ୍ୟାନରୁ ଗଞ୍ଜେଇ ବସ୍ତା ଫୋପାଡ଼ିଥିଲେ ମାଫିଆ । ଏହାର ଭିଡିଓକୁ ସୁଟ୍ କରିଥିଲେ ପୋଲିସ୍ କର୍ମଚାରୀ । କିଛି ଏଭଳି ଦୃଶ୍ୟ ଆସିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଂଚାୟତ ରେଖାପାଲିରୁ । ଏକ ପିକଅପ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚିତ୍ରକୋଣ୍ଡା ପୋଲିସ ପାଖରେ ଖବର ପହଂଚିଥିଲା । ପୋଲିସ ତୁରନ୍ତ ରେଖାପାଲି ଗ୍ରାମ ନିକଟରେ ପହଂଚିଥିଲା । ତେବେ ପୋଲିସ ଆସୁଥିବା ଖବର ପାଇ ଗଞ୍ଜେଇ ଭର୍ତି ପିକଅପ୍ ଭ୍ୟାନଟି ଆଖିପିଛୁଳାକେ ଗାଡ଼ି ଚଳାଇଥିଲା । ଆଉ ପୋଲିସ ମଧ୍ୟ ପିକଅପ୍ ଗାଡ଼ିର ପିଛା କରୁଥିଲା । ଏହି ସମୟର ଦୃଶ୍ୟ ଫିଲ୍ମର ଦୃଶ୍ୟ ଭଳି ଥିଲା । ତେବେ ପୋଲିସ ପରେ ପିକଅପ୍ ଭ୍ୟାନକୁ କାବୁ କରିଥିଲେ ବି ମାଫିଆ ଫେରାର ହୋଇଛନ୍ତି । ସେହିପରି ଆଉଏକ ଗଞ୍ଜେଇ ବୋଝେଇ ଟ୍ରକକୁ ମଧ୍ୟ ଜବତ କରିଛି ପୋଲିସ ।

Advertisment