ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ଚିତ୍ରକୋଣ୍ଡା ଡାକ୍ତରଖାନାରେ ଉତ୍ତେଜନା

Advertisment
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ଚିତ୍ରକୋଣ୍ଡା ଡାକ୍ତରଖାନାରେ ଉତ୍ତେଜନା

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି  । ସୂଚନା ମୁତାବକ ଚିତ୍ରକୋଣ୍ଡା ଗୌଡ଼ସାହି ଅଂଚଳର ଜଣେ ଯୁବକ ଖେଳପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଂଟ ଦେଖୁଥିଲେ । ତେବେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା  । ହେଲେ ସେହି ସମୟରେ ହସ୍ପିଟାଲରେ ଡାକ୍ତର ନଥିଲେ ଓ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୁଲିସ୍ ମଧ୍ୟ ପହଂଚିଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଚିତ୍ରକୋଣ୍ଡା ସାଈମନ୍ଦିର ପଛ ସାହିର ବିଜୁ ନାୟକ ଗତକାଲି ଅପରାହ୍ନରେ ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖୁଥିଲେ। ଖେଳ ଦେଖି ସରିବା ପରେ ହଠାତ ବିଜୁର ଛାଡି ଯନ୍ତ୍ରଣା ହେବାରୁ କ୍ଲବର ପିଲାମାନେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଜରୁରୀକାଳୀନ ଚିକିତ୍ସା ପାଇଁ ଆଣିଥିଲେ ସେହି ସମୟରେ ବିଜୁ ମଧ୍ୟ ମେଡିକାଲକୁ ନିଜେ ଚାଲି ଚାଲି ଯାଇଥିଲେ l ଡାକ୍ତରଖାନରେ କେବଳ ଆଟେନାଣ୍ଟ ସଦାନନ୍ଦ ଥିଲେ କେହି ଡାକ୍ତର ଓ ଷ୍ଟାଫ୍ ନର୍ସ ନଥିଲେ l ଦୀର୍ଘ ସମୟ ଧରି ଡାକ୍ତର ନଆସିବାରୁ ରୋଗୀର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ସଦାନନ୍ଦ ଡାକ୍ତର ଡାକିବାକୁ ଯାଇଥିଲା ଡାକ୍ତର ଆସିବାରେ ବିଳମ୍ବ ଏବଂ ଜରୁରୀ ଚିକିତ୍ସା ଅଭାଵରୁ ରୋଗୀ ମୃତ୍ୟୁ ଘଟିଥିବା ପରିବାର, ଲାଲବାହାଦୁର ଶାସ୍ତ୍ରୀ କ୍ଲବର ଶତାଧିକ ସମସ୍ୟ ଅଭିଯୋଗ କରିବା ସହ ଚିତ୍ରକୋଣ୍ଡା ମେଡିକାଲକୁ ଘେରାଉ କରି ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe