କନକ ବ୍ୟୁରୋ: ନ୍ୟାଶନାଲ ଷ୍ଟକ ଏକ୍ସଚେଂଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି ।ହିମାଳୟରେ ରହୁଥିବା ଜଣେ ତଥାକଥିତ ବାବାଙ୍କୁ ଚିତ୍ରା ଦୀର୍ଘବର୍ଷ ହେଲା ତଥ୍ୟ ଦେବା ଘଟଣାରେ ତଦନ୍ତ ଏବେ ସିବିଆଇ କରୁଛି । ଜେରା ସମୟରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଥିବା ଜଣପଡିଛି । ।ଯୋଗୀଙ୍କୁ ଦୀର୍ଘ ବର୍ଷ ହେବ ଚିତ୍ରା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଆସୁଥିଲେ । ମାମଲାରେ ନ୍ୟାଶନାଲ ଷ୍ଟକ ଏକ୍ସଚେଜଂ ପୂର୍ବତନ ସିଇଓ ଆନନ୍ଦ ସୁବ୍ରମଣ୍ୟମ ଓ ରବି ନାରୟଣଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି ସିବିଆଇ । ୨୦୧୩ରୁ ୧୬ ପର୍ଯ୍ୟନ୍ତ ଚିତ୍ରା ଷ୍ଟକ ଏକ୍ସଚେଂଜ ସିଇଓ ଓ ଏମଡି ଭାବେ କାର୍ଯ୍ୟ କରୁଥିଲେ ।

Advertisment

ଏହି ସମୟରେ ହିମାଳୟରେ ଅଜ୍ଞାତବାବାଙ୍କ ସହ ସର୍ମ୍ପକରେ ଆସିବା ସହ ନ୍ୟାଶନାଲ ଷ୍ଟକ ଏକ୍ସେଂଜର ଅନେକ ତଥ୍ୟ ଯୋଗୀଙ୍କୁ ଦେଉଥିଲେ । ଚିତ୍ରାଙ୍କ ଏଭଳି କାରନାମର ପର୍ଦ୍ଦାଫାଶ ହେବା ପରେ ସେବି ତାଙ୍କୁ ଦୋଷୀ କରି ୩କୋଟି ଜରିମାନ ଦେବାକୁ କହିଛି । ୨୦୧୭ ମସିହାରେ ନ୍ୟାଶନାଲ ଷ୍ଟକ ଏକ୍ସଚେଂଜ ଏହାର ଇନସିଆଲ ପବ୍ଲିକ ଅଫର ଆଇପିଓ ଜାରି କରିବାକୁ ଯୋଜନା ରଖିଥିଲା । ହେଲେ ଏକ୍ସଚେଂଚର ତଥ୍ୟ ବାହାରକୁ ଯାଉଥିବା ଅଭିଯୋଗ ହେବାକୁ ଏହା ଉପରେ ରୋକ ଲାଗିିଥିଲା । ଏହି ଅଭିଯୋଗକୁ ଆଧାର କରି ସେବି ତଦନ୍ତ ଆରମ୍ଭ କରିଥିଲା । ୩ ବର୍ଷ ଧରି ସେବୀ କରୁଥିବାରୁ ତଦନ୍ତରୁ ଯୋଗୀ ଓ ଚିତ୍ରାଙ୍କ ମଧୁଚନ୍ଦ୍ରିକା ଗୁମର ଫିଟୁଛି ।