କନକ ବ୍ୟୁରୋ: ଚିଟଫଣ୍ଡ ମାମଲାରେ ତଦନ୍ତକାରୀ ସଂସ୍ଥା ଉପରେ ବର୍ଷିର୍ଲେ ସୁପ୍ରିମକୋର୍ଟ । ଓଡ଼ିଶା ଚିଟଫଣ୍ଡ ମାମଲାର ଖଣ୍ଡପୀଠରେ ଶୁଣାଣୀ ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମାନ୍ୟବର ନ୍ୟାୟାଳୟ । କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ଚିଟଫଣ୍ଡ ଟଙ୍କା ପାଇବା ପାଇଁ କ୍ଷତିଗ୍ରସ୍ତ ୧୦ରୁ ୧୫ ବର୍ଷ ଅପେକ୍ଷା କରିପାରିବେନି । ଏନେଇ ସିବିଆଇ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଦୁର୍ନୀତି କରୁଥିବା ଲୋକ ଜେଲରେ ଖୁସିରେ ଅଛନ୍ତି । ଜମାକାରୀମାନେ ତାଙ୍କ ଟଙ୍କା ଫେରାଇବାକୁ ଚାହୁଁଛନ୍ତି । ଯେଉଁଠି ଇଡି ସିବିଆଇ ତଦନ୍ତ କରୁଛନ୍ତି ସେଠାରେ ବିଳମ୍ବ ହେଉଛି । ଚିଟଫଣ୍ଡ ମାମଲାର ପରବର୍ତୀ ଶୁଣାଣୀ ଆସନ୍ତା ସୋମବାର ରହିଛି ।
୨୦୧୨-୧୩ରେ ରାଜ୍ୟରେ ଚିଟଫଣ୍ଡର ମହାଠକେଇ ହୋଇଥିଲା । ଅନେକ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇନାହାନ୍ତି । ୨୦୧୪ରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ହୋଇଥିଲା । ଅନ୍ୟପଟେ ୨୦୧୩ରେ ଜମାକାରୀଙ୍କ ଟଙ୍କା ଫେରାଇବାପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଥିଲା । ଅନ୍ୟପଟେ ଗଠନ ହୋଇଥିବା କମିଶନଙ୍କ କାର୍ଯ୍ୟକାଳ ଅନେକ ଥର ବଢିବା ସହିତ ଶେଷରେ ବନ୍ଦ ହୋଇଗଲା । କୁହାଯାଏ ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇ ହୋଇଥିଲା । ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ସିବିଆଇ ତଦନ୍ତ କରିଥିଲା । ହେଲେ ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି ଜମାକାରୀ ମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/morning-brief-supreme-court-ruling_1664853497400_1665595183848_1665595183848.jpg)