ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ପୁଣି ଗିରଫ ! ଘରେ ପଶି ମହିଳାଙ୍କୁ ଦୁର୍ବବ୍ୟହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଅଭିଯୋଗ

32

କନକ ବ୍ୟୁରୋ: ସିିସୋର ଚିଟଫଣ୍ଡ ମାମଲାର ଅଭିଯୁକ୍ତ ଶୁଭଙ୍କର ନାୟକ ପୁଣି ଥରେ ଗିରଫ ହୋଇଛନ୍ତି । ମହିଳାଙ୍କୁ ଦୁର୍ବ୍ୟବହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ମାମଲାରେ ଶୁଭଙ୍କରଙ୍କୁ ଗିରଫ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ ।

ଖବର ଅନୁସାରେ, ରବିବାର ରାତିରେ ଶୁଭଙ୍କର ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ସଂପୃକ୍ତ ମହିଳା ଓ ତାଙ୍କ ପୁଅ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ ।

 

ଏହାପରେ ଶୁଭଙ୍କର ଗିରଫ ହୋଇଛନ୍ତି । ସିସୋର ଚିଟଫଣ୍ଡ ମାମଲାରେ ୨୦୧୪ ମସିହାରେ ଗିରଫ ହୋଇଥିଲେ ଶୁଭଙ୍କର ନାୟକ । ଗତବର୍ଷ ଅଗଷ୍ଟ ପହିଲାରେ ଶୁଭଙ୍କରଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି