କନକ ବ୍ୟୁରୋ : ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି ଚିତଉ ପିଠା ପ୍ରଦର୍ଶନୀ । ସମ୍ଭାବନା ଏବଂ ଓଡ଼ିଆଣୀ ସମିତି ମିଳିତ ଆନୁକୂଲ୍ୟରେ ଚିତଉ ପିଠା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଓଡ଼ିଆ ପର୍ବପର୍ବାଣୀ, ପରମ୍ପରା ତଥା ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏପରି ଉତ୍ସବର ଆୟୋଜନ କରାଯାଇଛି । ଓଡ଼ିଆଣୀଙ୍କ ହାତ ତିଆରି ଚିତଉ ପିଠା ପ୍ରଦର୍ଶନୀ ସହ ବିକ୍ରି ମଧ୍ୟ କରାଯାଇଛି । ନଡ଼ିଆ ଚିତଉ, କ୍ଷୀର ଚିତଉ, ପୁରଦିଆ ଚିତଉ, ମାଣ୍ଡିଆ ଚିତଉ, ତାଳ ଚିତଉ, ପରିବା ଚିତଉ, ପନିର ଚିତଉ ପରି ପିଠା ରହିଥିଲା । ଲୋକମାନେ ମଧ୍ୟ ଅତି ଆଗ୍ରହର ସହ ପିଠା କିଣୁଥିବା ଦେଖିବାକୁ ମିଳିଥିଲା ।

Advertisment