କନକ ବ୍ୟୁରୋ: ବଢୁଛି ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ । କେମିତି ହେଲା ସଞ୍ଜୟଙ୍କ ସହଯୋଗୀ ଚିତ୍ତଙ୍କ ମୃତ୍ୟୁ ? ଏନେଇ ସବୁଦିନ ଭିନ୍ନ ଭିନ୍ନ ଦିଗ ସାମ୍ନାକୁ ଆସୁଥିବା ବେଳେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଆଉ ଇତି ମଧ୍ୟରେ ଚିତ୍ତରଞ୍ଜନଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।
ତେବେ ସଞ୍ଜୟଙ୍କ ସହଯୋଗୀ ଚିତ୍ତରଞ୍ଜନ ମୃତ୍ୟୁ ମାମଲା ଖୋଳତାଡ କରିବାକୁ ଚିତ୍ତରଞ୍ଜନ ପଲେଇଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ସାନବନ୍ଧକେରା ଗାଁରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଛାନଭିନ୍ କରୁଛି । ମୃତ ଚିତ୍ତଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।
ଆଜି ସଞ୍ଜୟଙ୍କ ସହଯୋଗୀ ମୃତ ଚିତରଞ୍ଜନ ମାମଲାର ଛାନ୍ ଭିନ୍ କରିବାକୁ ପୁରୀ ବାସେଳୀ ସାହି ଥାନରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । ପ୍ରଥମେ ଗଡମୃଗଶିରାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ । ୪ ଜଣିଆ ଟିମ୍ ଭାର୍ଗବୀ ନଦୀକୂଳରେ ପହଞ୍ଚି ଘଟଣାସ୍ଥଳର ଅନୁଧ୍ୟାନ କରିଥିଲେ । ଯେଉଁ ବ୍ରିଜ୍ ନିକଟରୁ ଚିତରଞ୍ଜନଙ୍କ ମୃତଦେହ ମିଳିଥିଲା ସେହିଠାରୁ ତଦନ୍ତ ଆରମ୍ଭ ହୋଇଛି । ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ପଲେଇ ମୃତ୍ୟୁ ମାମଲା ତଦନ୍ତଭାର ହାତକୁ ନେବା ପରେ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/16-19.jpg)