କନକ ବ୍ୟୁରୋ : ପୁରୀ ବନ୍ୟ ପ୍ରାଣୀ ବିଭାଗର ଅସ୍ତରଙ୍ଗ ବ୍ଳକର ୫ଟି ଗାଁରେ ଏବେ ଚିତ୍ରା ହରିଣଙ୍କ ଆତଙ୍କ । ରାତି ହେଲା ମାତ୍ରେ ପଲ ପଲ ଚିତ୍ରା ହରିଣ ଚାଷ ଜମିରେ ଥିବା ମାଣ୍ଡିଆ, ମୁଗ, ବିରି, ସୂର୍ଯ୍ୟମୁଖି ସହ କୋଳଥ ଚାଷକୁ ଖାଇ ଯାଉଛନ୍ତି । ଏହି ରବି ଫସଲକୁ ହରିଣଙ୍କ ପାଦ୍ରୁର୍ଭାବରୁ ରକ୍ଷା କରିବା ପାଇଁ ରାତି ହେଲାମାତ୍ରେ ଚାଷୀମାନେ ହରିଣ ଘଉଡେଇବାରେ ଲାଗୁପଡୁଛନ୍ତି ।
ଜମି ଉପରେ କିଏ ପଲ୍ଲା ମାରି, ନିଆଁ ଜାଳି କିମ୍ବା ହାତରେ ଠେଙ୍ଗା ବାଡି ଧରି, ଘଂଟ ବାଡେଇ ରାତି ତମାମ ହରିଣଙ୍କୁ ଘଉଡେଇବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ଫଳ କିଛି ମିଳୁନାହିଁ । ୫ ଖଣ୍ଡ ଗାଁର ବହୁ ଚାଷଜମିରେ ରବି ଫସଲକୁ ହରିଣ ସବୁ ଖାଇଯାଇଥିବା ବେଳେ ଆଉ ଶହ ଶହ ଚାଷୀ ୨ ବର୍ଷ ଧରି ଆଉ ରବି ଫସଲ ନକରି ଚାଷ ଜମିକୁ ପଡିଆ ପକାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/35-9.jpg)