ଆମ ଟଙ୍କା ଫେରାଇ ଦିଅ, ପୁଣି ଗର୍ଜିଲେ ଜମାକାରୀ । ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ ।

Advertisment
ଆମ ଟଙ୍କା ଫେରାଇ ଦିଅ, ପୁଣି ଗର୍ଜିଲେ ଜମାକାରୀ । ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ ।

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଆନୁକୂଲ୍ୟରେ ଆଜି ରାୟଗଡ଼ାଠାରେ ଜମାକାରୀମାନେ ଗଣସତ୍ୟାଗ୍ରହ କରିଛନ୍ତି। ତୁରନ୍ତ ଜମାକାରୀଙ୍କ କଷ୍ଟାର୍ଜିତ ଟଙ୍କା ସେମାନଙ୍କୁ ଫେରାଇବାକୁ ମଞ୍ଚ ପକ୍ଷରୁ କୁହାଯାଇଛି। ନଚେତ ଜମାକମାରୀମାନେ ଚରମ ପଦକ୍ଷେପ ନେବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

publive-image

ବୁଧବାର ସକାଳେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଉପଦେଷ୍ଟା ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ମଞ୍ଚର ଆବାହକ ଜୟନ୍ତ ଦାସଙ୍କ ନେତୃତ୍ୱରେ ହଜାର ହଜାର ଜମାକାରୀ ରାୟଗଡ଼ାର କୋରାପୁଟ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ଜମାକାରୀମାନେ ଗଣସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏଠାରେ ଜମାକାରୀମାନେ କହିଥିଲେ ଯେ ଜମାକାରୀମାନଙ୍କ ଆନ୍ଦୋଳନକୁ ଆଖି ଆଗରେ ରଖି ସରକାର ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ କମିସନ ନିଯୁକ୍ତି, ଜମାକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ସହିତ ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି। ମାତ୍ର ଜମାକାରୀ ଏ ଦ୍ୱାରା କୌଣସି ସୁଫଳ ପାଇ ନାହାନ୍ତି। ତେଣୁ ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ସରକାରଙ୍କୁ ବାଧ୍ୟ କରିବା ପାଇଁ ଜମାକାରୀଙ୍କ ଆନ୍ଦୋଳନକୁ ବ୍ୟାପକ କରିବାକୁ ସାଂସଦ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।

publive-image

ଏହି ଗଣସତ୍ୟାଗ୍ରହରେ ମଧୁସୁଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି, ପ୍ରଦୀପ ମହାରଣା, ବିଭୁଦତ୍ତ ମିଶ୍ର,ବଳରାମ କୌଶଲ୍ୟା,ପୁନିଆ ପାଲକିଆ ପ୍ରମୁଖ ଯୋଗ ଦେଇ ଜମାକାରୀଙ୍କ ଆନ୍ଦୋଳନକୁ ଜୋରାଦାର କରିବାକୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe