ଜଷ୍ଟିସ୍ ଏମଏମ ଦାସ କମିଶନଙ୍କ ଶୁଣାଣି ବନ୍ଦ । ମାର୍ଚ୍ଚ ୩ରୁ କମିଶନ ବସିବ ନାହିଁ ବୋଲି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଚାରବିଭାଗୀୟ ତଦନ୍ତରେ ପୂର୍ଣ୍ଣଛେଦ ପଡିବା ସମ୍ଭାବନା

Advertisment
ଜଷ୍ଟିସ୍ ଏମଏମ ଦାସ କମିଶନଙ୍କ ଶୁଣାଣି ବନ୍ଦ । ମାର୍ଚ୍ଚ ୩ରୁ କମିଶନ ବସିବ ନାହିଁ ବୋଲି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଚାରବିଭାଗୀୟ ତଦନ୍ତରେ ପୂର୍ଣ୍ଣଛେଦ ପଡିବା ସମ୍ଭାବନା

କନକ ବ୍ୟୁରୋ: ଚିଟଫଣ୍ଡ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ମଦନମୋହନ ଦାସ କମିଶନ ଶୁଣାଣିକୁ ବନ୍ଦ କରିଛନ୍ତି । ମାର୍ଚ ୩ ତାରିଖରୁ କମିଶନ ଆଉ ବସିବ ନାହିଁ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । କମିଶନଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇନାହିଁ । ଏଭଳି ସ୍ଥିତିରେ କମିଶନ ଆଉ ବସିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନୋଟିସ ଜାରି ହୋଇଛି । ଏହାପରେ ବିଚାରବିଭାଗୀୟ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡିବା ସମ୍ଭାବନା ସୃଷ୍ଟି ହୋଇଛି ।

publive-image

ଚିଟଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷଥର ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବାବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରକାର ଏହା ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରୁଥିବାବେଳେ ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଏଥର ମଧ୍ୟ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଧି ବୃଦ୍ଧି ପାଇଁ ସରକାରଙ୍କୁ ଚିଠି ଲେଖା ଯାଇଥିଲା। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ ତାରିଖରୁ ଶେଷ ହୋଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ନଥିଲା।

publive-image

ଅନ୍ୟପକ୍ଷରେ କମିସନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯିବା କି ନାହିଁ ସେ ନେଇ ମଧ୍ୟ ସରକାର କିଛି ସ୍ପଷ୍ଟ କରି ନଥିଲେ। କାର୍ଯ୍ୟକାଳ ବୃଦ୍ଧି ପ୍ରସଂଗରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ରିମାଇଣ୍ଡର ମଧ୍ୟ ପଠା ଯାଇଥିଲା। କିନ୍ତୁ ଏହା ପରେ ବି ସ୍ଥିତି କିଛି ସ୍ପଷ୍ଟ ହୋଇ ନଥିଲା। ସରକାର କାର୍ଯ୍ୟକାଳ ବୃଦ୍ଧି ନ କରିବାରୁ କମିସନଙ୍କ ପକ୍ଷରୁ ଆଉ ମାର୍ଚ୍ଚ ୩ରୁ ସିଟିଂ ନ କରିବା ପାଇଁ ନୋଟିସ୍ ପ୍ରକାଶ ପାଇଛି। ଏଭଳି ବିଚିତ୍ର ପରିସ୍ଥିତିରେ ଜମାକାରୀମାନେ ଆଶଙ୍କା ଭିତରେ ରହିଛନ୍ତି ଓ ଚିଟଫଣ୍ଡ ତଦନ୍ତର ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe