ଟଲିଉଡ୍ : ଏହି ଫିଲ୍ମର ଗୋଟିଏ ସିନରେ ଖର୍ଚ୍ଚ ହେଲା ୫୪ କୋଟି !

ଟଲିଉଡ୍ : ଏହି ଫିଲ୍ମର ଗୋଟିଏ ସିନରେ ଖର୍ଚ୍ଚ ହେଲା ୫୪ କୋଟି !

Pinterest

ଆଜିକାଲି ଅନେକ ବଡ ବଡ ପ୍ରୋଜେକ୍ଟର ଫିଲ୍ମ ପ୍ରସ୍ତୁତ କରାଯାଉଛି । ୨୦୦କୋଟି ବଜେଟର ଫିଲ୍ମ ଯେପରିକି ଏବେ ସାଧାରଣ କଥା । ତେବେ ସାଉଥରେ ଏହିଭଳି ଏକ ଫିଲ୍ମରେ ୮ମିନିଟର ଏକ ସିନ ପାଇଁ କେବଳ ୫୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସମ୍ପୂର୍ଣ୍ଣ ଫିଲ୍ମ ବଜେଟ ୨୦କୋଟି ଟଙ୍କା ରହିଥିବା ବେଳେ କେବଳ ୮ମିନିଟର ସିନ ପାଇଁ ଖର୍ଚ୍ଚ ହୋଇଛି ୫୪କୋଟି । ଏହା ଏକ ଯୁଦ୍ଧର ଦୃଶ୍ୟ । ଏହି ଦୃଶ୍ୟ ଫିଲ୍ମର କ୍ଲାଇମାକ୍ସରେ ଦେଖିବାକୁ ମିଳିବ ।

publive-image

ଏହି ଫିଲ୍ମରେ ସାଉଥ୍ ସୁପର୍ଷ୍ଟାର ଚିରଞ୍ଜୀବି ଅଭିନୟ କରୁଛନ୍ତି। ଫିଲ୍ମଟିର ନାଁ ‘ସୟେ ରା ନରସିଂହ ରେଡ୍ଡୀ’। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସୁରେନ୍ଦ୍ର ରେଡ୍ଡୀ। ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଚିରଞ୍ଜୀବିଙ୍କ ପୁଅ ରାମଚରଣ। ଏହି ଯୁଦ୍ଧ ସିନ୍ ଜର୍ଜିଆରେ ସୁଟିଂ ହୋଇଛି। ସେଥିପାଇଁ ଭାରତରୁ ୧୫୦ ଲୋକଙ୍କୁ ସେଠାକୁ ନିଆଯାଇଥିଲା। ତା’ସହିତ ସେଠାକାର ୬୦୦ ସ୍ଥାନୀୟ କଳାକାରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା। ସବୁ କଷ୍ଟ୍ୟୁମ୍ ଭାରତରୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe