କନକ ବ୍ୟୁରୋ : ବଲିଉଡ ଭାଇଜାନଙ୍କ ସହ ପରଦାରେ ଏକାଠି ନଜର ଆସିବେ ସାଉଥର ଆନ୍ନା । ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ସଲମାନ ଖାନ ଓ ଚିରଞ୍ଜୀବୀଙ୍କ ଅଭିନୟ । ଏହି ଦୁଇ ସୁପରଷ୍ଟାରଙ୍କୁ ନେଇ ଆସୁଛି ଫିଲ୍ମ 'ଗଡ ଫାଦର' । ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

publive-image

ଆଗାମୀ ଫିଲ୍ମ 'ଗଡ ଫାଦର' ର ଟିଜର ମୁକ୍ତିଲାଭ କରିଛି । ଚିରଞ୍ଜୀବୀଙ୍କ ୬୭ ତମ ଜନ୍ମଦିନ ଅବସରରେ ଏହି ଟିଜର ମୁକ୍ତିଲାଭ କରିଛି । ସଲମାନ ଏବଂ ଚିରଞ୍ଜୀବୀ ଟିଜରରେ ଜବରଦସ୍ତ ଆକ୍ସନ କରୁଥିବା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଚିରଞ୍ଜୀବୀ ଏବଂ ସଲମାନଙ୍କ ବ୍ୟତୀତ ଦକ୍ଷିଣର ସୁପରହିଟ୍ ଅଭିନେତ୍ରୀ ନୟନତାରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଗଡଫାଦର ହେଉଛି ମାଲାୟାଲମ୍ ଫିଲ୍ମ ଲୁସିଫର୍ ର ରିମେକ୍ । ଏଥିସହିତ ପ୍ରଥମ ଥର ପାଇଁ ସଲମାନ ଖାନଙ୍କୁ ତେଲୁଗୁ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମଟି ୫ ଅକ୍ଟୋବରରେ ରିଲିଜ  ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୋହନ ରାଜା । ସେହିପରି ସଲମାନଙ୍କୁ ଅପକମିଂ ଫିଲ୍ମ ‘ଟାଇଗର ୩’, 'କଭି ଇଦ୍‌ କଭି ଦିଓ୍ଵାଲୀ'ରେ ଦେଖିବାକୁ ମିଳିବ ।