କନକ ବ୍ୟୁରୋ : ରାଗିଂ ଭଳି କଳଙ୍କିତ ପରମ୍ପରାକୁ ଯେତେ ବିରୋଧ କରାଗଲେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ମଧ୍ୟ ଦେଖିବାକୁ ମିଳୁଛି ଏହି କୁତ୍ସିତ ଘଟଣା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଚିପିଲିମା ଓୟୁଏଟିରେ । ଶେଷ ବର୍ଷର ଛାତ୍ରଙ୍କ ଦ୍ୱାରା ରାଗିଂର ଶିକାର ହୋଇଛନ୍ତି ଜଣେ ଦ୍ୱିତୀୟ ବର୍ଷର ଛାତ୍ର । ଏ ନେଇ ପୀଡିତ ଛାତ୍ର ଜଣକ ବୁର୍ଲା ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ଅପରାହ୍ନରେ ଓୟୁଏଟି ଦ୍ୱିତୀୟ ବର୍ଷର କ୍ଲାସ ଚାଲିଥିବା ବେଳେ ଜଣେ ସିନିୟର ଛାତ୍ର ଆସିବାରୁ ତାଙ୍କୁ ଛିଡା ହୋଇ ସମ୍ମାନ ନକରିବାରୁ ସିନିୟର ଛାତ୍ର ଜଣକ ସଂପୃକ୍ତ ଛାତ୍ରଙ୍କ ସହ ବଚସା କରିଥିଲେ । ପରେ ଏ ନେଇ ଦ୍ୱିତୀୟ ବର୍ଷର ଛାତ୍ର ଜଣକ ଡିନଙ୍କ ପାଖରେ ଅଭିଯୋଗ କରିଥିଲେ । ଆଉ ରାତିରେ ଶେଷ ବର୍ଷର ଛାତ୍ରମାନେ ସଂଘବଦ୍ଧ ହୋଇ ହଷ୍ଟେଲ ଭିତରେ ପଶି ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରିବାକୁ ଉଦ୍ୟମ କରିଥିଲେ ।
ହେଲେ ସେଠାରୁ କୌଣସିମତେ ଖସିଆସି ସମ୍ବଲପୁର ଟାଉନ୍ ଥାନାରେ ପହଂଚିଥିଲେ । ଆଉ ଟାଉନଥାନା ପୋଲିସ ସହାୟତାରେ ବୁର୍ଲା ଥାନାରେ ପହଂଚି ଛାତ୍ରଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-