ଶସ୍ତାରେ ମିଳୁଛି କାଜୁ ! ଏମିତି ଏକ ସହର ଯେଉଁଠି ପରିବା ଦରରେ ମିଳୁଛି କାଜୁ ।

156

ସୁସ୍ଥ ରହିବା ଏବଂ ପାଟି ଲାଳସା ପାଇଁ ଆମେ ବିଭିନ୍ନ ପ୍ରକାର ଦ୍ରବ୍ୟ ଖାଇଥାଉ । ଯୋଗ ଏବଂ ପ୍ରାଣାୟମ ଭଳି ଏହି ପୁଷ୍ଟିକର ଖାଦ୍ୟ ମଧ୍ୟ ଆମ ଶରୀର ପାଇଁ ଦରକାରୀ ଅଟେ । ପୁଷ୍ଟିକର ଖାଦ୍ୟ ମଧ୍ୟରେ କାଜୁକୁ ଆମେ ଅଣଦେଖା କରିପାରିବା ନାହିଁ । କେହି କେହି ଖାଲିରେ କାଜୁ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ମିଠେଇ ଏବଂ କ୍ଷୀରି ସହ କାଜୁ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ଆକାଶଛୁଆଁ ଦରରେ ଲୋକ କାଜୁ କିଣିବା ପୂର୍ବରୁ ପକେଟ ଚେକ୍ କରନିଅନ୍ତି । ଏହାର କାରଣ ବଜାରରେ କାଜୁର ଦାମ୍ ୮୦୦ ରୁ ୧୦୦୦ ଟଙ୍କା ପ୍ରତିକିଲୋ ହିସାବରେ ବିକ୍ରି ହେଉଛି । କିନ୍ତୁ ଏଭଳି ମହାଙ୍ଗା ଜମାନାରେ ଏପରି ଏକ ସହର ଅଛି ଯେଉଁଠି କାଜୁ ପରିବା ଦାମରେ ବିକ୍ରି କରାଯାଉଛି । ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଆମେ ଏଠାରେ ଆପଣଙ୍କୁ ଝାରଖଣ୍ଡ ରାଜ୍ୟ ବିଷୟରେ କହୁଛୁ । ଝାରଖଣ୍ଡ ଜାମତାଡା ଜିଲ୍ଲାଠାରୁ ଚାରି କିଲୋମିଟର ଦୂରରେ ୪୯ ଏକରର ଏକ କାଜୁ ବଗିଚା ରହିଅଛି । ଏହି ବଗିଚାରୁ ପ୍ରତିବର୍ଷ ହଜାର ହଜାର ଟନର କାଜୁ ବାହାରେ । ଏହି ବଗିଚାରେ କାମ କରୁଥିବା ଲୋକ ପର୍ଯ୍ୟାପ୍ତ ପରିମାଣରେ ବାହାରୁଥିବା କାଜୁକୁ ୧୦ ରୁ ୨୦ ଟଙ୍କା ପ୍ରତି କିଲୋ ହିସାବରେ ବଜାରରେ ବିକ୍ରି କରିଥାନ୍ତି । ଏହି କାରଣରୁ ବହୁଳ ସଂଖ୍ୟାରେ ଲୋକ ଏଠାକୁ ଆସି କାଜୁ କିଣି ନେଇଥାନ୍ତି । ଆପଣ ଯଦି ଝାରଖଣ୍ଡ କେବେ ବୁଲିବାକୁ ଯାଆନ୍ତି ତେବେ କାଜୁ କିଣିବା ଭୁଲିବେନି ।