ମୋ ହାତ ନେଇଗଲେ, ଗୋଡ ନେଇଗଲେ... ମୁଁ ପାଠ ପଢିବି କେମିତି ? କଟକ ବଡ ମେଡିକାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲା ଚିଣ୍ଟୁ ...

Advertisment
ମୋ ହାତ ନେଇଗଲେ, ଗୋଡ ନେଇଗଲେ... ମୁଁ ପାଠ ପଢିବି କେମିତି ? କଟକ ବଡ ମେଡିକାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲା ଚିଣ୍ଟୁ ...

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ସାର ! ମୁଁ ଚିଣ୍ଟୁ କହୁଛି । ମୁଁ ଏସସିବି ବର୍ଣ୍ଣ ୱାର୍ଡରେ ଅଛି । ମୋର ହାତ ଦୁଇଟି ଏବଂ ଗୋଡ ଗୋଟେ ଡାକ୍ତରମାନେ କାଟି ଦେଇଛନ୍ତି । ମୁଁ ଭଲହୋଇ ଲେଖାପଢା କରିବାକୁ ଚାହୁଁଛି । ଆପଣ ଦୟାକଲେ ମୁଁ ପୁଣି ଥରେ ଲେଖାପଢା କରିପାରିବି । ଦୟାକରି ମୋର ହାତଗୋଡ ଲଗାଇବାରେ ସାହାଯ୍ୟ କରନ୍ତୁ..

ଇଏ ହେଉଛି ଚିଣ୍ଟୁର ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ । ପାଠପଢିବା ପାଇଁ ଚିନ୍ତାରେ ଅଛି ଚିଣ୍ଟୁ । ଡାକ୍ତର ଦୁଇ ହାତ କାଟିଦେଲେ, ଗୋଟେ ଗୋଡ ବି କାଟିଦେଲେ ଏବେ ସେ କେମିତି ପାଠ ପଢିବ, ପରୀକ୍ଷା ଖାତାରେ କେମିତି ଲେଖିବ... ନିଜ ଭବିଷ୍ୟତକୁ ନେଇ ଭାରାକ୍ରାନ୍ତ ହୋଇପଡିଥିବା  ନବମ ଶ୍ରେଣୀର ଛାତ୍ର ଏବେ ସମସ୍ତଙ୍କୁ ଏହି ପ୍ରଶ୍ନ କରୁଛି । କଟକ ବଡ ମେଡିକାଲର ବର୍ଣ୍ଣ ୱାର୍ଡରେ ଯନ୍ତ୍ରଣା ସହ ଯୁଝି ହେଉଥିବା ଚିଣ୍ଟୁର ଏ ନିବେଦନ ଯିଏ ଶୁଣୁଛି ସିଏ କାନ୍ଦି ପକାଉଛି । ଆଉ ଶେଷରେ ତାକୁ ଭଲ କରିଦେବାକୁ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ସେ ନେହୁରା ହୋଇଛି...

ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ପ୍ରଦୀପ ବିଶ୍ୱାଳଙ୍କ ସାନପୁଅ ଚିଣ୍ଟୁ ଘରେ ତିଆରି ହୋଇଥିବା ସିଢିର ସେଟ୍ରିଂପଟା କାଢୁଥିବା ବେଳେ ଭାରସାମ୍ୟ ହରାଇ ଘର ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା । ଆଉ ଘଟଣାସ୍ଥଳରେ ଚିଣ୍ଟୁର ହାତ ଗୋଡ ଜଳିଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ କଟକର ଏକ ଘରୋଇ ମେଡିକାଲରେ ଦେଖାଇଥିଲେ ବି ସେଠାରେ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଗଲା । ଅଧିକ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ନଥିବାରୁ ବାଧ୍ୟହୋଇ ଚିଣ୍ଟୁକୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଡାକ୍ତରମାନେ ଚିଣ୍ଟୁର ପୋଡିଯାଇଥିବା ଦୁଇହାତ ଓ ଡାହାଣ ଗୋଡ କାଟିଦେଇଛନ୍ତି ।

ସେପଟେ ଚିଣ୍ଟୁର ବାପା ପ୍ରଦୀପ ବିଶ୍ୱାଳ ଜଣେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରନ୍ତି । ପୁଅର ଚିକିତ୍ସା ପାଇଁ ଏବେ ଆର୍ଥିକ ସମସ୍ୟା ଦେଖା ଦେଇଥିବାରୁ ଚିନ୍ତାରେ ଅଛନ୍ତି ପ୍ରଦୀପ । ଆଉ ଏପରି ସ୍ଥଳରେ ନିଜେ ଚିଣ୍ଟୁ ନିଜକୁ ଭଲ କରିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ପିଟାଲ ବେଡରୁ ବିନତି କରିଛି । କାଳେ ସରକାର ତା କଥା ଶୁଣି ତା ଦେହ ଭଲ କରାଇବାକୁ ସହାୟତା କରିବେ ଆଉ ସେ ପୁଣି ପାଠ ପଢିବ । ଏଇ ଆଶାରେ ଅପେକ୍ଷା କରିଛି ଚିଣ୍ଟୁ ।

ଅନ୍ୟପଟେ ହସ୍ପିଟାଲ ବେଡରୁ ଚିଣ୍ଟୁର ଡାକ ଶୁଣି ମେଡିକାଲରେ ପହଞ୍ଚିଥିଲେ ଅଭିନେତା ବାବୁସାନ । ସିନେମା ହିରୋ ବାବୁସାନଙ୍କର ଚିଣ୍ଟୁ ବଡ ଫ୍ୟାନ ହୋଇଥିବାରୁ ସେ ଦେଖିବାକୁ ଚାହିଁଥିଲା । ଆଉ ବାବୁସାନ ଖବର ପାଇ ତାପାଖରେ ପହଞ୍ଚିଥିଲେ । ଚିଣ୍ଟୁ ସହ ଫଟୋ ଉଠାଇବା ସହ ନିଜ ବେକରୁ ଏକ ମାଳି କାଢି ଚିଣ୍ଟୁ ମୁଣ୍ଡରେ ମାରି ତା ଆଶୁ ଆରୋଗ୍ୟ କାମନା କରିଥିଲେ । ଆଉ ସବୁପରେ ପାଠ ପଢା ପାଇଁ ଚିଣ୍ଟୁର ଏ ହୃଦୟବିଦାରକ ଗୁହାରୀ ସମସ୍ତଙ୍କୁ କନ୍ଦେଇ ଦେଇଛି । ଯଦି ଆପଣ ଚିଣ୍ଟୁକୁ ସହାୟତା କରିବାକୁ ଚାହୁଁଛନ୍ତି ତେବେ ଲେଖିରଖନ୍ତୁ ତାଙ୍କ ବ୍ୟାଙ୍କ ଡିଟେଲ୍ସ ଏବଂ ଯୋଗାଯୋଗ ନମ୍ବର ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe